(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ପାକିସ୍ତାନ ଦ୍ଵାରା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଅନୌପଚାରିକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜାତୀୟ ବିଜ୍ଞାନ ଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସାରାରେ ଅଭିନନ୍ଦନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ, ଆପଣମାନେ ଲାବୋରାଟୋରୀରେ ଜୀବନ ବିତାଉଥିବା ଲୋକ ଏବଂ ଆପଣଙ୍କଠାରେ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ କରିବାର ପରମ୍ପରା ରହିଛି। ପାଇଲଟ୍ ପ୍ରୋଜେକ୍ଟ ହେବା ପରେ ସ୍କେଲେବଲ କରାଯାଇଥାଏ। ପିଏମ ଏହା ମଧ୍ୟ କହିଛନ୍ତି ଯେ ଏବେ ଏବେ ଏକ ପାଇଲଟ୍ ପ୍ରୋଜେକ୍ଟ ହୋଇ ଯାଇଛି।
ଏହା ଉପରେ ତାଳି ବାଜି ଉଠିଥିଲା, ପିଏମ ଟିକେ ଅଟକି ପୁଣି ଥରେ କହିଛନ୍ତି ଯେ ଏବେ ରିୟଲ କରିବାର ଅଛି। ପ୍ରଥମେ ଏହା ଅଭ୍ୟାସ ଥିଲା। ଏହା ପରେ ସ୍ମିତ ହାସ୍ୟ ଦେଇ ପିଏମ ମୋଦୀ କହିଛନ୍ତି ଯେ ରିୟଲ ଏହା ଯେ ପୁରସ୍କାର ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଆମେ ଛିଡ଼ା ହୋଇ ଅଭିନନ୍ଦନ ଜଣାଇବା। ଏହା ପରେ ସମସ୍ତେ ଛିଡ଼ା ହୋଇ ତାଳି ବଜାଇବାକୁ ଲାଗିଥିଲେ। ଶାନ୍ତି ସ୍ଵରୂପ ଭଟ୍ଟନାଗର ପୁରସ୍କାର ସମାରୋହରେ ପିଏମ ଏହା ମଧ୍ୟ କହିଛନ୍ତି ଯେ, ବିଜ୍ଞାନରେ ଜଡ଼ିତ ଆମର ସଂସ୍ଥାକୁ ଭବିଷ୍ୟତ ଆବଶ୍ୟକତା ମୁତାବକ ଆପଣଙ୍କୁ ଗଢିବାକୁ ହେବ। ଆମେ ନିଜର ମୌଳିକ ଶକ୍ତିକୁ ବଜାୟ ରଖି ଭବିଷ୍ୟତର ସମାଜ ଓ ଅର୍ଥବ୍ୟବସ୍ଥା ହିସାବରେ ଢଳିବାକୁ ହେବ।
ସେ କହିଛନ୍ତି ଯେ ଯେବେ ଇଚ୍ଛାଶକ୍ତି ଅଛି ତେବେ ସୀମିତ ସମ୍ବଳରେ ମଧ୍ୟ ଅଦ୍ଭୁତ ପରିଣାମ ଦିଆଯାଇଥାଏ, ଏହାର ଉଦାହରଣ ହେଉଛି ଆମର ମହାକାଶ କାର୍ୟ୍ୟକ୍ରମ। ଏଠାରେ କହି ରଖୁଛୁ ଯେ ପିଏମ ମୋଦୀଙ୍କ ଏହି କାର୍ୟ୍ୟ କ୍ରମର ପ୍ରାୟ ଅଧା ଘଣ୍ଟା ପୂର୍ବରୁ ପାକିସ୍ତାନୀ ସଂସଦର ମିଳିତ ସମ୍ବୋଧିତ କରି ଭାରତୀୟ ଓ୍ଵିଙ୍ଗ କମାଣ୍ଡରଙ୍କୁ ଆସନ୍ତାକାଲି ଛାଡ଼ିବାକୁ ଘୋଷଣା କରିଛି।