କେରଳ: କେରଳର ୱାୟନାଡ ଲୋକସଭା ଆସନରେ ଲିଡ କରୁଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଠାରେ ନଭେମ୍ବର ୧୩ରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣନା ଜାରିଥିବା ବେଳେ ପ୍ରିୟଙ୍କା ଗାନ୍ଧି ଭଦ୍ରା ବୃହତ ବିଜୟ ଅଭିମୁଖେ ଅଛନ୍ତି ।ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କାଙ୍କୁ ୩ ଲକ୍ଷ ୧୭ ହଜାର ୯୮୩ ଖଣ୍ଡ ଭୋଟ ମିଳିଛି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ସିପିଆଇ ପ୍ରାର୍ଥୀ ସାଥୟନ ମୋକେରିଙ୍କଠାରୁ ୨ ଲକ୍ଷ ୯ ହଜାର ୧୭୩ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। ସାଥୟନଙ୍କୁ ୧ଲକ୍ଷ ୮ ହଜାର ୮୧୦ ଭୋଟ ମିଳିଛି। ବିଜେପି ଏଠାରେ ୩ୟ ସ୍ଥାନରେ ରହିଛି। ବିଜେପି ପ୍ରାର୍ଥୀ ନାଭ୍ୟା ହରିଦାସ ୬୦ ହଜାର ୬୯୨ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି। ଭୋଟ ଗଣତି ଜାରି ରହିଥିବାରୁ ଫଳାଫଳ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରିୟଙ୍କାଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇଥିବା କୁହାଯାଉଛି। ଏହି ଆସନରେ ମୋଟ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ।