ଶ୍ରମିକଙ୍କ ଜୀବନ ସହ ଖେଳ ଖେଳୁଛି ବେସରକାରୀ ଠିକା ସଂସ୍ଥା

ଗୋପ/ ଜୟନ୍ତ କୁମାର ସେଠୀ: ଶ୍ରମିକଙ୍କ ଜିବନ ସହ ଖେଳ ଖେଳୁଛି ବେସରକାରୀ ଠିକା ସଂସ୍ଥା, ପ୍ରଚଣ୍ଡ ରୌଦ୍ରତାପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ବିଦ୍ୟୁତ୍ ୧୩୨/୩୩ କ.ଠ ଗ୍ରିଡ ଟାୱାର ରେ ଶ୍ରମିକ ମାନେ ବିନା ସୁରକ୍ଷାରେ କରୁଛନ୍ତି କାମ। ନାହିଁ ଅଛି ସୁରକ୍ଷା ପାଇଁ ଟୋପି, ହାତକୁ ଗ୍ଲୋବସ୍ , ଗୋଡ଼କୁ ଜୋତା । କେତେବେଳେ ଯେ କ’ଣ ହେବ ତାହା କହିହେବ ନାହିଁ । ତେବେ କୌଣସି ଏକ ବେସରକାରୀ ଠିକା ସଂସ୍ଥା ଏଭଳି ଶ୍ରମିକ ମାନଙ୍କ ଉପରେ ଜୁଲମ କରୁଥିବା ଦେଖିବାକୁ ମିଳୁଛି। ଶ୍ରମିକଙ୍କ ମୂଲ୍ୟବାନ ଜୀବନକୁ ପାଣି ଫୋଟକା ଭଳି ବେସରକାରୀ ଠିକା ସଂସ୍ଥା ଭାବି ନେଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଳି ଗ୍ରାମ ପଞ୍ଚାୟତ ମହାପୁର ନିକଟରେ ଏକ ବିଲ ମଝିରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ବିଦ୍ୟୁତ୍ ସର୍ବାରାହ ଟାୱାର । ଏଭଳି ଘଟଣା ଦେଖିବା ପରେ ଉକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡିଛି ।