ୟୁକ୍ରେନ ଗସ୍ତରେ ଯାଇ ଭୋଲେଦିମୀର ଜେଲେଂସ୍କିଙ୍କୁ ଭେଟିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ୟୁକ୍ରେନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ ପୋଲାଣ୍ଡରେ ପହଞ୍ଚିବେ, ଯେଉଁଠାରେ ତାଙ୍କର ରିଟର୍ନ ଫ୍ଲାଇଟ ଅଛି।
କିଭ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି ଜୟ ନାରା ଦିଆଯାଇଥିଲା। ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲେଦିମୀର ଜେଲେଂସ୍କିଙ୍କୁ ଭେଟିଛନ୍ତି । ସାକ୍ଷାତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜେଲେଂସ୍କିଙ୍କ କାନ୍ଧରେ ହାତ ରଖି ତାଙ୍କ ହାଲଚାଲ ପଚାରି ବୁଝିବା ସହ ଦେଶର ହାଲଚାଲ ନେଇ ଚର୍ଚ୍ଚା କରିଛନ୍ତି । କିଭ ପହଞ୍ଚିବା ପରେ ଦେଶର ହାଲଚାଲ ନେଇ ଚର୍ଚ୍ଚା କରିଛନ୍ତି । କିଭ ପହଞ୍ଚିବା ସହ ଦେଶର ହାଲଚାଲ ନେଇ ଚର୍ଚ୍ଚା କରିଛନ୍ତି । କିଭ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଜାତୀୟ ସଂଗ୍ରହାଳୟକୁ ଯାଇଥିଲେ । ଏହିଠାରେ ଜେଲେଂସ୍କି ଓ ମୋଦିଙ୍କ ସାକ୍ଷାତ ହୋଇଥିବା ବେଳେ ଯୁଦ୍ଧରେ ପ୍ରାଣ ହରାଇଥିବା ଶିଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନକୁ ପ୍ରଥମ ଗସ୍ତ ହେବ। ଏହି ଯାତ୍ରା ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି। ମୋଦିଙ୍କ ଏହି ଗସ୍ତ ଐତିହାସିକ। ୧୯୯୨ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।