କଲକାତା : ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘଦିନର ଏହି ପ୍ରୋଜେକ୍ଟକୁ ଉଦଘାଟିତ କରିଛନ୍ତି।କୋଲକାତାରେ ହୁଗୁଳି ନଦୀ ଭିତରେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ଅଣ୍ଡରୱାଟର ମେଟ୍ରୋ ଟନେଲ ନିର୍ମାଣ କରାଯାଇଛି। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ଆଜି ପୂର୍ଣ୍ଣ ରୂପ ନେଇଛି। ଟନେଲ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ସ୍କୁଲ ପିଲାଙ୍କ ସହ ଅଣ୍ଡରୱାଟର ମେଟ୍ରୋରେ ବସି ଯାତ୍ରା କରିଛନ୍ତି। ହାୱଡାରେ ଦେଶର ଏହା ପ୍ରଥମ ଅଣ୍ଡର-ୱାଟର ମେଟ୍ରୋ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲକାତାରେ ୧୫,୪୦୦ କୋଟି ଟଙ୍କା ମୂଲ୍ୟର ଅନେକ ସଂଯୋଗ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ୬ଟି ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତରେ ନଦୀ ତଳେ ପ୍ରଥମ ଟନେଲ ମଧ୍ୟ ଟ୍ରାଫିକ୍ ପାଇଁ ଖୋଲାଯିବ। ହାୱଡା ମଇଦାନ ଏବଂ ଏସପ୍ଲାନେଡ ମଧ୍ୟରେ ଥିବା ଟନେଲର ମୋଟ ଲମ୍ବ ୪.୮କିଲୋ ମିଟର । ଏହି ଟନେଲ୍ ପୂର୍ବ-ପଶ୍ଚିମ ମେଟ୍ରୋ କରିଡର ପ୍ରକଳ୍ପର ଏକ ଅଂଶ ।