ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ମାର୍କ କାର୍ନିଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି
ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ମାର୍କ କାର୍ନି ଏବଂ ତାଙ୍କ ବିଜୟ ପାଇଁ ଲିବରାଲ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି । କାନାଡାର ସଂଘୀୟ ନିର୍ବାଚନରେ ଚତୁର୍ଥ ଥର ପାଇଁ ଲିବରାଲ ପାର୍ଟିର ବିଜୟକୁ ନେଇ ଅଭିବାଦନ ଜଣାଇ କହିଛନ୍ତି ଯେ, ସେ ଉଭୟ ଦେଶ- ଭାରତ ଏବଂ କାନାଡାର ଲୋକଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗର ଦ୍ୱାର ଖୋଲିବାକୁ ଅପେକ୍ଷା କରିଛନ୍ତି । ଭାରତ ଏବଂ କାନାଡା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ଲୋକ ସମ୍ପର୍କ ଦ୍ୱାରା ଆବଦ୍ଧ ।
