ନୂଆଦିଲ୍ଲୀ: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ୧୦ ଟି ରାଜ୍ୟର ୯୩ ଲୋକସଭା ଆସନରେ ମତନାନ ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗଛି । ତେବେ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ନିଜର ମୂଲ୍ୟବାନ ଭୋଟ ଦେଇ ୧୩ଶହ ୩୧ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭କୋଟିରୁ ଅଧିକ ଭୋଟର। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟର ୨୫ଟି ସିଟ୍, କର୍ଣ୍ଣାଟକର ୧୪ଟି ସିଟ୍, ମହାରାଷ୍ଟ୍ରର ୧୧ଟି ସିଟ୍, ଉତ୍ତରପ୍ରଦେଶର ୧୦ଟି ସିଟ୍, ମଧ୍ୟପ୍ରଦେଶର ୮ଟି ସିଟ୍, ଛତିଶଗଡର ୭ଟି, ଗୋଆର ୨ଟି, ବିହାର ୫ଟି ଏବଂ ଆସାମ ଓ ପଶ୍ଚିମବଙ୍ଗା ୪ଟି ଲେଖାଏଁ ସିଟରେ ମତଦାନ ଗ୍ରହଣ କରାଯାଉଛି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉର ୨ଟି ସିଟରେ ମତଦାନ ଅନୁଷ୍ଠିତ ହେଉଛି।
ତୃତୀୟ ପର୍ଯ୍ୟାୟରେ ଅହମ୍ମଦାବାଦାରେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିସାନ ସେକେଣ୍ଡାରୀ ସ୍କୁଲରେ ମତଦାନ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଭୋଟ ଦେବା ପରେ ସେଠାରେ ଥିବା ଲୋକମାନଙ୍କୁ ଭେଟି ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି ମୋଦୀ।ଭୋଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ଦାନ ଭାବେ ନା ସହ ମତଦାନରେ ସାମିଲ ହେବାକୁ ଅପିଲ କରିଛନ୍ତି ମୋଦି ।