ପଶୁ ମାନଙ୍କ ପ୍ରତି ଅତ୍ୟାଚାର ରୋକିବା ସମସ୍ତଙ୍କ ଦାୟିତ୍ୱ

ପୁରୀ/ ଜୟନ୍ତ କୁମାର ସେଠି: ପଶୁ ମାନେ ମଧ ଇଶ୍ଵରଙ୍କ ସୃଷ୍ଟି। ସେମାନଙ୍କର ପ୍ରତି କୃର ଆଚରଣ ଓ ଅତ୍ୟାଚାର ସଭ୍ୟ ସମାଜ ପାଇଁ ଅଶୋଭନୀୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ତେବେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା କାର୍ୟ୍ୟାଳୟ ପକ୍ଷରୁ ପଶୁ ମାନଙ୍କ ପ୍ରତି ନିର୍ୟ୍ୟାତନା ପ୍ରତିରୋଧ ଆଇନ ୧୯୬୦ ଓ ନିୟମ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ବିଭିନ୍ନ ଉଦାହରଣ ମାଧ୍ୟମରେ ନିରାମିଷାଶୀ ବା ତୃଣଭୋଜୀ ପଶୁ ମାନଙ୍କ ଦକ୍ଷତା, ଶକ୍ତି ଓ କାର୍ୟ୍ୟ କ୍ଷମତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପଶୁ ମାନେ ମଣିଷ ସମାଜର ଅନେକ ହିତ ସାଧନ କରି ମାନବୀୟ ମୂଲ୍ୟବୋଧ ର ପରିଚୟ ଦେଉଥିବା ବେଳେ ଆମେ ମଣିଷ ମାନେ ଅନେକ କ୍ଷେତ୍ରରେ ପଶୁ ଠାରୁ ମଧ ହୀନ ଆଚରଣ ପ୍ରଦର୍ଶନ କରୁଛନ୍ତି। ପଶୁ ମାନଙ୍କ ସୁରକ୍ଷା ଓ ସମବେଦନା ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ମାନବ ସମାଜ ପ୍ରତି ପଶୁ ପକ୍ଷୀ ମାନଙ୍କର ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ। ପୁରାଣର ଉଦାହରଣ ଦେଇ ଦେବାଦେବୀ ମାନେ ପଶୁ ପକ୍ଷୀଙ୍କୁ ଭଲ ପାଇବା ଓ ସୁରକ୍ଷା ପାଇଁ ସେମାନଙ୍କୁ ନିଜର ବାହନ ଭାବେ ଆନ୍ତରିକତା ପ୍ରଦର୍ଶନ କରୁଥିଲେ ବୋଲି କହିଥିଲେ। ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ପ୍ରଧାନ ବିସ୍ତୃତ ଆଲୋଚନା କରି ପଶୁ ମାନଙ୍କ ପ୍ରତି ଅତ୍ୟାଚାରର ନିରାକରଣ, ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡା ଜି ନରେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ରେ ଭି ଏସ ଡା ଚିନ୍ମୟୀ ସାହୁ ସଭା ପରିଚାଳନା ଓ ଏସ ଡି ଭି ଓ ଡା ଉମେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।