ୟୁକ୍ରେନ: ଯିଏ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିଲେ ସେ ଆଜି ରାଷ୍ଟ୍ରପତି । କଥା ଟେ ଶୁଣି ଆପଣମାନଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଘଟଣାଟି ସତ । ସେ ଆଜି ଲୋକଙ୍କ ଦୁଃଖସୁଖର ସାଥି ହୋଇଛନ୍ତି । ନିଜର ରାଷ୍ଟ୍ରର ଅସୁବିଧାକୁ ଦୂର କରୁଛନ୍ତି । ଏବେ ବିଶ୍ୱବାସୀ ମୁହଁରେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କଥା । ଏହି ଦୁଇଦେଶ ରାଷ୍ଟ୍ରପତି ହେଉଛନ୍ତି ଭ୍ଲାଦିମିର ପୁଟିନ ଏବଂ ଭୋଲାଦିମିର ଜେଲେନସ୍କି । ରୁଷର ରାଷ୍ଟ୍ରପତି ପୁଟିନଙ୍କ କଥା କିଛି କିଛି ଜାଣିଥିବେ କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କଙ୍କ କଥା କେହି ବିଶେଷ ଜାଣିନଥିବେ । ଯାହାଙ୍କ ଜୀବନ ଶୈଳୀଥିଲା ଅଲଗା ରାଜ୍ୟର ରାଷ୍ଟ୍ରପତିଙ୍କ ଠାରୁ ଅଲଗା । ପୂର୍ବରୁ ଲୋକଙ୍କୁ ହସେଇ ହସେଇ ଗଡାଇ ଦେଉଥିଲେ ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍ ଜେଲେନସ୍କି ଏକଦା ହିଟ କମେଡି ସୋରେ ଷ୍ଟାର ଭାବେ ପରିଚି ଥିଲେ । ସୂଚନା ମୁତାବକ , ୨୦୧୯ ମସିହାରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପୂର୍ବରୁ ୪୪ ବର୍ଷୀୟ ବୋଲଡିମିର୍ ରାଜନୈତିକ ବ୍ୟଙ୍କ କଳାକାର ଭାବେ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରି ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ସୋ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା । ସୋ\’ ରେ ବୋଲ୍ଡିମିର ପ୍ରସାରିତ ହୋଇଥିଲା । ସୋ\’ରେ ବୋଲଡିମିର୍ ଜେଲେନସ୍କିଙ୍କ ଚରିତ୍ର ଓ ତାଙ୍କର ଆଭିମୁଖ୍ୟ ନଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ସେ ରାଜନୈତିକ ଦଳ ଆରମ୍ଭ କରିଥିଲେ । ୨୦୧୯ରେ ଏହି ଦଳ ଜେଲେନସ୍କଙ୍କୁ ୟୁକ୍ରେନର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ପୂର୍ବରୁ କିନ୍ତୁ କମେଡି ଶୋ’ ରେ ଉପସ୍ଥାପନା କରି ପ୍ରସିଦ୍ଧ ଲାଭ କରିଥିଲେ । ଏଥିପାଇଁ ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଥିଲା । ଯାହାଫଲରେ ସେ ରାଷ୍ଟ୍ରପତି ପେଟ୍ରୋ ପୋରାସୋଙ୍କୋଙ୍କୁ ୭୦ ପ୍ରତିଶତରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।