ବାଲେଶ୍ୱର ଗସ୍ତରେ ଆସିବେ ରାଷ୍ଟ୍ରପତି: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ବାଲେଶ୍ଵର: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଆସନ୍ତା ବାଲେଶ୍ୱର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଅବସରରେ କ୍ରାଇମବ୍ରାଞ୍ଚ ଡିଜି ବାଲେଶ୍ୱର ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ସୁରକ୍ଷା ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପୂର୍ବାଞ୍ଚଳ ଡିଆଇଜି, ଜିଲ୍ଲା ଏସ୍‌ପି ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଫେବୃଆରୀ ୩ ତାରିଖରେ ବାଲେଶ୍ୱର ଗସ୍ତରେ ଆସିବେ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା ଜାରି କରାଯାଇଛି। ଆସନ୍ତା ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ କାଳିକାପ୍ରସାଦ ଗେଟ୍‌ ଓ ଗୁଡ଼ଗୁଡ଼ିଆ ଜୋନ୍‌ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି, ଗୁଡ଼ଗୁଡ଼ିଆ ସଫାରୀ ୫ ତାରିଖ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।