ଅନୁଗୁଳ : ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଶ୍ରୀ ସାମନ୍ତ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିବା ସହ ଅନୁଗୁଳରେ ପ୍ରତିଭାର ଅଭାବ ନାହିଁ ବୋଲି କହିଥିଲେ।ସମ୍ମାନିତ ଅତିଥି ରୂପେ ପୌର ଉପାଧ୍ୟକ୍ଷା ଅନୁପମା ସାହୁ, ଓୟୁଜେ ସଭାପତି ଅଜିତ କୁମାର ଧର ଏବଂ ବିଜେପି ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ପ୍ରମୁଖ ଯୋଗ ଦେଇ ଅନୁଗୁଳ ଲୋକ କଳାର ବିକାଶ ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲାର ୫୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାରୋହରେ କୁନିକୁନି କଳାକାର ମାନେ ଚମତ୍କାର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।