ଅଭିନେତା ପ୍ରତୀକ ବବର ତାଙ୍କ ହନିମୁନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ପ୍ରବଳ ଭାଇରାଲ ହେବାରେ ଲାଗିଛି । ନିକଟରେ ସେ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ସେମାନେ ବର୍ତ୍ତମାନ ଗୋଆରେ ସେମାନଙ୍କର ହନିମୁନ କରୁଛନ୍ତି। ଅଭିନେତା ବବର ଏହାେ କିଛି ଫଟୋ ନିଜ ପ୍ରଶସଂକଙ୍କ ଉଦେ୍ଦଶ୍ୟରେ ସେୟାର କରିଛନ୍ତି । ଫଟୋ ଗୁଡିକାରେ ଦୁହେଁ ବେଡ୍ ରୁମରେ ବିଭିନ୍ନ ପୋଜ୍ରେ ନଜର ଆସିଛନ୍ତି ।
ତେବେ ବବର ନିଜ ବହୁ ଦିନର ପ୍ରେମିକା ତଥା ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ବର୍ଷର ଆରମ୍ଭେ ଅର୍ଥାତ ୧୪ ଫେବୃଆରୀରେ ବିବାହ କରିଥିଲେ । ଦୁହେଁ ନିଜ ଘରେ ବହୁତ ସରଳ ଭାବରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ହନୁମୁନ ପାଇଁ ଗୋଆ ଯାଇଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ପ୍ରତୀକ ଏବଂ ପ୍ରିୟାଙ୍କ ବିଛନାରେ ଗୋଲାପ ପାଖୁଡା ମଧ୍ୟ ବିଛାଡି ହୋଇଥିବାର ଦେଖାଯାଉଛି । ଗୋଟିଏ ଫଟୋରେ ଦୁହେଁ ମଧ୍ୟାହ୍ନ ଭୋଜନର ମଜା ନେଉଥିବାର ଦେଖାଯାଇଛି ।
କିଛି ଫଟୋରେ, ଏହି ନବ ଦମ୍ପତିଙ୍କ କିଛି ସ୍ୱତନ୍ତ୍ର ବନ୍ଧୁ ମଧ୍ୟ ସେମାନଙ୍କ ସହିତ ଦେଖାଯାଇଛନ୍ତି । ଯାହାଙ୍କ ସହିତ ସେମାନେ ବହୁତ ମଜା କରିଛନ୍ତି ।
ଆପଣଙ୍କୁ କହିରଖୁଛୁ କି ଏହା ପ୍ରତୀକ ବବରଙ୍କ ପ୍ରିୟାଙ୍କ ସହିତ ଦ୍ୱତୀୟ ବିବାହ । ଏହା ପୂର୍ବରୁ ସେ ୨୦୧୯ ମସିହାରେ ସାନ୍ୟା ସାଗରଙ୍କୁ ବିବାହ କରିଛନ୍ତି । କିନ୍ତୁ ୪ ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଗଲା । ଛାଡପତ୍ର ପରେ, ପ୍ରତୀକ ପ୍ରିୟାଙ୍କୁ ଭେଟିତôଲେ । ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛି ବର୍ଷ ଏକାଠି ରହିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।