ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ଏଥର ମଧ୍ୟ ମନ୍ତ୍ରୀ ହୋଇଛନ୍ତି ଓ ପୂର୍ବ ଦାୟିତ୍ୱ ମଧ୍ୟ ପାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ତୁଷାରକାନ୍ତି ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ରଞ୍ଜନ ଦାଶ। ସେମାନଙ୍କ ମଧ୍ୟରୁ କେହି କେହି ପୁରୁଣା ବିଭାଗ ସହିତ ନୂଆ ଦାୟିତ୍ୱ ମଧ୍ୟ ପାଇଛନ୍ତି।
ଅନ୍ୟପକ୍ଷେ ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ଭାବେ ବେଶ ପରିଚିତ ପ୍ରମିଳା ମଲ୍ଳିକଙ୍କୁ ପୁଣି ଥରେ ମନ୍ତ୍ରୀ ପଦ ମିଳିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ଭାବରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଥିବା ପ୍ରମିଳାଙ୍କୁ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ତେବେ ନବୀନଙ୍କ ଚତୁର୍ଥ ପାଳିରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରମିଳାଙ୍କୁ ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ପ୍ରମିଳା । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି ।ସେ ଶପଥ ଗ୍ରହଣ କରି କହିଛନ୍ତି ଯେ, ମୁଁ ଶ୍ରୀମତୀ ପ୍ରମିଳା ମଲ୍ଲିକ ଇଶ୍ୱରଙ୍କ ନାଁରେ ଶପଥ କରି କହୁଅଛି ଯେ, ମୁଁ ବିଧି ଦ୍ୱାରା ପ୍ରତିଷ୍ଠିତ ଭାରତର ସମ୍ଭିଧାନ ପ୍ରତି ଶ୍ରଦ୍ଧାଓ ନିଷ୍ଠା ରଖିବି ।ଭାରତର ସର୍ବ ମୌଖିକ ଅଖଣ୍ଡତାକୁ ରକ୍ଷା କରିବି । ଏଥି ସହିତ ଓଡିଶା ରାଜ୍ୟର ମନ୍ତ୍ରୀ ଭାବେ ମୋ କର୍ତ୍ତବ୍ୟ, ଶ୍ରଦ୍ଧା ଓ ସୁଦ୍ଧ ଅନ୍ତ ରଖିବି ବୋଲି ଶପଥ ନେଇଛନ୍ତି ।