ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେଲେ ପ୍ରକାଶ ମିଶ୍ର । ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର । ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପ୍ୟାହା । ସେପଟେ ମଧୁସୂଦନ ପାଢୀ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢୀ । ଆଦିତ୍ୟ ପାଢୀଙ୍କ ଅବସର ପରେ ଖାଲି ପଡିଥିଲା କମିଶନର ପଦ । ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପରେ ପ୍ରକାଶ ମିଶ୍ରଙ୍କ ବୟାନ । କହିଲେ ଗୁରୁ ଦାଇତ୍ୱ ମିଳିଛି । ସୂଚାରୁ ରୂପେ ତୁଲାଇବି । ଜନ ହିତରେ ଯାହା ହୋଇପାରିବ ମିଳିମିଶି କରିବୁ । ଲୋକଙ୍କ ସମସ୍ୟା କିପରି ଦୂର ହେବ ଧ୍ୟାନ ଦେବୁ ।