ବେଙ୍ଗାଲୁରୁ: ଜେଡି (ଏସ୍) ନେତା ପୂର୍ବତନ ସାଂସଦ ପ୍ରଜ୍ୱଲ ରେଭନାଙ୍କୁ ଆଜୀବନ । ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବେଙ୍ଗାଲୁରୁ ସ୍ପେଶାଲ୍ କୋର୍ଟ । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ପ୍ରଜ୍ବଲଙ୍କୁ ଆଜୀବନ ସଜା । ଏଥିସହ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ମାନ୍ୟବର କୋର୍ଟ। ଶୁକ୍ରବାର ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଆଜି ତାଙ୍କୁ ଦଣ୍ଡ ଦିଆଯାଇଛି । ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ପ୍ରଜ୍ୱଲ ରେଭନାଙ୍କୁ ଗତବର୍ଷ ମେ ୩୦ତାରିଖରେ ଜର୍ମାନୀରୁ ବେଙ୍ଗାଲୁରୁ ଫେରୁଥିବା ବେଳେ ଗିରଫ କରିଥିଲା ଏସଆଇଟି । ଗିରଫ କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।
ପ୍ରଜ୍ବଳା ରେଭନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ-ସେକ୍ୟୁଲାର ସୁପ୍ରିମୋ ଏଚ.ଡି ଦେବେଗୌଡାଙ୍କ ନାତି । ଗତବର୍ଷ ୨୬ ଏପ୍ରିଲରେ କର୍ଣ୍ଣାଟକରେ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ୨ ଦିନ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ମହିଳାଙ୍କ ଯୌନ ଶୋଷଣ କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା । ବାସ୍ତବରେ ହାସନ ଜିଲ୍ଲାର ହୋଲେନାରସିପୁରାରେ ରେଭନା ପରିବାରର ଫାର୍ମହାଉସରେ ଘରୋଇ ସହାୟିକା ଭାବରେ କାମ କରୁଥିବା ଜଣେ ମହିଳା ଅଭିଯୋଗ କରିଥିଲେ ଯେ ପ୍ରଜ୍ୱଳ ରେଭନା ୨୦୨୧ ମସିହାରୁ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏହି ସମୟ ତାଙ୍କର ଏକ ଭିଡିଓ ରେକର୍ଡିଂ କରି ଯଦି ସେ ତାଙ୍କ ସହ ହୋଇଥିବା ଘଟଣା ବିଷୟରେ କାହାକୁ କୁହନ୍ତି ତେବେ ସେ ଭିଡିଓଟିକୁ ଭାଇରାଲ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଦେଶରୁ ଫେରାର ହୋଇଯାଇଥିଲେ ରେଭନା ।