ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ

ଭୁବନେଶ୍ଵର: ପ୍ରଭାତ ବିଶ୍ଵାଳଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ଦଳ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁସାରେ, ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ବହିଷ୍କାର ପରେ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ବର୍ଷନ୍ତର ଧରି ବିଜେଡି ପାଇଁ ବହୁ ପରିଶ୍ରମ କରିଛନ୍ତି। ସେ କହିଛନ୍ତି ଯେ ଦଳର ଆକାଉଣ୍ଟ ବାହାର ରାଜ୍ୟରେ ଖୋଲିବା ଗ୍ରହଣୀୟ ନୁହେଁ। ସେ ଅଭିଯୋଗ କରିଛନ୍ତି ଯେ ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଆକାଉଣ୍ଟ ଖୋଲାଯାଇଥିଲେ ଏହାକୁ ବରଦାସ୍ତ କରାଯିବ ନାହିଁ। “ସେଥିପାଇଁ ମୁଁ ରିଆକ୍ଟ କରିଛି,” ବୋଲି ସେ କହିଛନ୍ତି।

ପ୍ରଭାତ କହିଛନ୍ତି, “ମୋତେ ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି, କିନ୍ତୁ ମୁଁ ରାତି ଅନିଦ୍ରାରେ ରହି ନବୀନ ନିବାସ ଯାଇଥିଲି।” ପ୍ରଭାତ ବିଶ୍ୱାଳ ଦାବି କରିଛନ୍ତି ଯେ ବିଜେଡି ପାଖରେ ୧୮୮ କୋଟି ଟଙ୍କା ଅଛି। ସେ ଆଉ ୮୦୦ କୋଟି ଟଙ୍କା ସମ୍ପର୍କରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ କର୍ମୀ ଭାବେ ସେମାନଙ୍କର ମଧ୍ୟ ଭାଗ ରହିଛି। ସେ କହିଛନ୍ତି, “ସେମାନେ ଦସ୍ତଖତ କରି ପ୍ରାର୍ଥୀ ହେବା କିପରି ସମ୍ଭବ? ସମୟ ଆସିଗଲା, ସତ୍ୟ ପ୍ରକାଶିତ ହେବ।”