ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରେ ଫେବୃଆରୀ ୧୧ରେ ବିଦ୍ୟୁତ୍ କାଟ୍, TPCODLର ସୂଚନା

ଭୁବନେଶ୍ୱର/କଟକ: ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉନ୍ନତିକରଣ, ମରାମତି ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଫେବୃଆରୀ ୧୧ ତାରିଖ ଦିନ ଭୁବନେଶ୍ୱର ଓ କଟକ ସହରର ବିଭିନ୍ନ ଅଞ୍ଚଳରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ବୋଲି TPCODL ପକ୍ଷରୁ ସୂଚନା ଦିଆଯାଇଛି।

  • ଭୁବନେଶ୍ୱରରେ ବିଦ୍ୟୁତ୍ କାଟ୍ ଅଞ୍ଚଳ ଓ ସମୟ
  • କଳିଙ୍ଗନଗର ଡୁମଡୁମା, ଜାଭିୟର ପାଲ୍ ହାଇଟ୍ସ, ନୟାପଲ୍ଲୀ ରେଣ୍ଟାଲ: ସକାଳ ୯ଟାରୁ ଦିନ ୨ଟା
  • ବଡ଼ଗଡ଼ ବ୍ରହ୍ମେଶ୍ୱର, ୟୁନିଟ୍-୪, ୟୁନିଟ୍-୯: ସକାଳ ୮ଟାରୁ ଦିନ ୧ଟା
  • ବାରଙ୍ଗ, ଧଉଳି ହାଇଟେକ୍: ସକାଳ ୧୦ଟାରୁ ଅପରାହ୍ନ ୩ଟା
  • ବରମୁଣ୍ଡା CRPF: ସକାଳ ୮ଟା ୩୦ରୁ ଦିନ ୧ଟା
  • ଡେଲ୍ଟା ବରମୁଣ୍ଡା: ସକାଳ ୮ଟାରୁ ଦିନ ୧୨ଟା
  • ରସୁଲଗଡ଼ କଳ୍ପନା: ସକାଳ ୧୦ଟାରୁ ଦିନ ୨ଟା
  • ଓଲ୍ଡ ଟାଉନ, ଗଙ୍ଗୁଆ, କେଦାରଗୌରୀ, ବଶିଷ୍ଟ ନଗର, ବିନ୍ଦୁ ସାଗର, ବଡ଼ ସାହି: ସକାଳ ୯ଟା ୩୦ରୁ ଦିନ ୧୨ଟା ୩୦
  • ମଞ୍ଚେଶ୍ୱର VSS ନଗର: ସକାଳ ୬ଟା ୩୦ରୁ ସକାଳ ୧୦ଟା
  • କାନନବିହାର–ଶିଖରଚଣ୍ଡୀ: ସକାଳ ୯ଟା ୩୦ରୁ ଦିନ ୧୨ଟା ୨୫
  • ଲିଙ୍ଗରାଜ, ରମାଦେବୀ ବିଶ୍ୱବିଦ୍ୟାଳୟ, MI କଲୋନୀ: ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା

କଟକରେ ବିଦ୍ୟୁତ୍ କାଟ୍ ଅଞ୍ଚଳ

  • କିଶନନଗର ରାମକୁମାରପୁର: ସକାଳ ୧୦ଟା ୦୭ରୁ ଦିନ ୨ଟା ୦୮
  • ମହାନଦୀ ବିହାର, ଗଣ୍ଡରପୁର, ମାଳୀପୁର: ସକାଳ ୧୦ଟାରୁ ଦିନ ୨ଟା
  • ଖପୁରିଆ: ସକାଳ ୧୧ଟାରୁ ଅପରାହ୍ନ ୩ଟା
  • ଶିଶୁଭବନ–ଟାଉନହଲ୍: ସକାଳ ୯ଟା ୩୦ରୁ ଦିନ ୧ଟା ୩୦
  • ବିଡ଼ାନାଶି, କନ୍ଦରପୁର AIR, ଚାଉଳିଆଗଞ୍ଜ: ସକାଳ ୧୦ଟାରୁ ଦିନ ୧ଟା ୩୦

TPCODL ପକ୍ଷରୁ ଗ୍ରାହକମାନଙ୍କୁ ହେବାକୁଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରାଯାଇଛି ଏବଂ ସହଯୋଗ ଅନୁରୋଧ କରାଯାଇଛି।