ସିବିଆଇ ପଞ୍ଝାରେ ଡାକ ବିଭାଗ ଇନ୍ସପେକ୍ଟର

ସୁନ୍ଦରଗଡ: ମାତ୍ର ୫ହଜାର ଟଙ୍କା ଲାଞ୍ଚ ନେଇ ଅଡ଼ୁଆରେ ଡାକ ବିଭାଗ ଇନ୍ସପେକ୍ଟର । ଗ୍ରାମୀଣ ଡାକ ସେବକଙ୍କ ବକେୟା ଦରମା ବିଲ ପାସ କରିବା ପାଇଁ ମାତ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁନ୍ଦରଗଡ ମୁଖ୍ୟ ଡାକଘର ନର୍ଥ ଡିଭିଜନ ଇନସ୍ପେକ୍ଟର ଉଜ୍ୱଳ କୁମାର । ଏନେଇ ସଂପ୍ରକ୍ତ ଡାକ ସେବକ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ତେବେ ପୂର୍ବ ଯୋଜନାନୁସାରେ ସଂପୃକ୍ତ ଡାକ ସେବକ ଲାଞ୍ଚ ଟଙ୍କା ଦେବା ବେଳେ ଘଟଣାସ୍ଥଳରେ ଉଜ୍ୱଳ କୁମାରଙ୍କୁ ସିବିଆଇ ଯାଞ୍ଚ କରିଥିଲା । ତାଙ୍କ ନିକଟରୁ ଉକ୍ତ ଟଙ୍କା ମିଳିବା ପରେ ସିବିଆଇ ଅଧିକାରୀ ଉଜ୍ୱଳ କୁମାରଙ୍କୁ ଗିରଫ କରିଥିବା ଜଣାପଡିଛି ।