ପୋଷ୍ଟ ଅଫିସର ଦମଦାର୍ ଯୋଜନା, ମାତ୍ର ୬ ଟଙ୍କାରେ ପାଇବେ ଲକ୍ଷେ, ଜାଣନ୍ତୁ କେମିତି …

କଣ ଆପଣ ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି କି ? କିନ୍ତୁ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ପୋଷ୍ଟ ଅଫିସ ନେଇ ଆସିଛି ଆପଣଙ୍କ ପିଲାଙ୍କ ପାଇଁ ନୂଆ ସ୍କିମ । ଯେଉଁଥିରେ ଆପଣ ପିଲାଙ୍କ ଭବିଷ୍ୟତ ପାଇଁ ଦେଖିପାରିବେ ନୂଆ ସ୍ଵପ୍ନ । ଆଉ ପିଲାଙ୍କ ଭବିଷ୍ୟତ କୁ ସୁରକ୍ଷିତ କରିବା ଆସିଛି ଜବରଦାସ୍ତ ସ୍କିମ । ଏଥିପାଇଁ ଆପଣଙ୍କୁ ମାତ୍ର ୬ ଟଙ୍କା ଜମା କରିବାକୁ ହେବ ।ଆଉ ପାଇପାରିବେ ଲକ୍ଷେ ଟଙ୍କା । ତେବେ ଏହି ସ୍କିମ ହେଉଛି ପୋଷ୍ଟାଲ ର ବାଲ ଜୀବନ ବୀମା ଯୋଜନା । ଏବେ ଜାଣିବା ଆପଣ ଏହି ଯୋଜନା ମାଧ୍ୟମରେ କିପରି ଲକ୍ଷେ ଟଙ୍କା ପାଇପାରିବେ । ଆଜିକାଲି ଦେଖାଯାଉଛି ପିଲାଙ୍କ ଜନ୍ମ ପରେ ବାପା ମା ତାଙ୍କର ଭବିଷ୍ୟତ ପାଇଁ ନିବେଶ କରିବାକୁ ଇଚ୍ଛା କରିଥାନ୍ତି । ତେବେ ଆପଣ ଯଦି ପିଲାଙ୍କ ପାଇଁ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ପୋଷ୍ଟ ଅଫିସ ର ବାଲ ଜୀବନ ବୀମା ଯୋଜନ ଏକ ଭଲ ବିକଳ୍ପ ରହିଛି ।ଆଉ ପାଇପାରିବେ ଲକ୍ଷେ ଟଙ୍କା ।

ଏହି ସ୍କିମରେ ପ୍ରତିଦିନ ୬ ଟଙ୍କା ଲେଖାଏଁ ଜମା କରି ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ । ତେବେ ପୋଷ୍ଟ ଅଫିସର ବାଲ ଜୀବନ ବୀମା ଯୋଜନା ଗ୍ରାମୀଣ ଡାକ ସେବକ ବୀମା ଅନ୍ତର୍ଗତ । ଏହି ଯୋଜନାକୁ ପିଲାଙ୍କର ବାପା-ମା କ୍ରୟ କରିପାରିବେ । ଉକ୍ତ ଯୋଜନାକୁ କିଣିବା ପାଇଁ ମାତା ପିତା ଙ୍କ ବୟସ ୪୫ ବର୍ଷ ବୟସ ହୋଇ ନ ଥିବା ଆବଶ୍ୟକ । ଯଦି ମା ବାପାଙ୍କର ବୟସ ୪୫ ବର୍ଷରୁ ଅଧିକ ତେବେ ଏହି ଯୋଜନାରେ ସେମାନେ ଲାଭ ଉଠାଇ ପାରିବେ ନାହିଁ । ଏହି ବାଲ ଜୀବନ ବୀମା ଯୋଜନା ୫ରୁ ୨୦ ବର୍ଷର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଯୋଜନାରେ ପଲିଶି ହୋଲଡର ଅର୍ଥାତ ବାପା ମା ନିଜର ୨ ଜଣ ସନ୍ତାନ କୁ ସାମିଲ କରିପାରିବେ । ଏହି ବୀମା ଯୋଜନା ଅନୁଯାୟୀ ପ୍ରତିଦିନ ୬ ରୁ ୧୮ ଟଙ୍କା ଯାଏଁ ଜମା କରିପାରିବେ ।

କୌଣସି ପଲିସି ହୋଲଡର ଏହି ପଲିଶି କୁ ୫ ବର୍ଷ ଯାଏଁ କ୍ରୟ କରିପାରିବେ । ସେଥିପାଇଁ ତାଙ୍କୁ ପ୍ରତିଦିନ ୬ ଟଙ୍କାର ପ୍ରିମିୟମ ଦେବାକୁ ପଡିବ । କିନ୍ତୁ ଯଦି ଏହି ପଲିଶି କୁ ୨୦ ବର୍ଷର ବଢି ପାଇଁ କିଣାଯାଏ ତେବେ ତାକୁ ପ୍ରତିଦିନ ୧୮ ଟଙ୍କା ପ୍ରିମିୟମ ଦେବାକୁ ହେବ । ଏହି ଯୋଜନାରେ ମାସିକ, ୩ ମାସ, ୬ ମାସ ଓ ବାର୍ଷିକ ଆଧାରରେ ପ୍ରିମିୟମ ଜମା କରିବାକୁ ହୁଏ । ଆଉ ଏହି ପଲିସି ମ୍ୟାଚୁରୀଟି ପରେ ୧ ଲକ୍ଷ ଟଙ୍କାର ପ୍ରିମିୟମ ପାଇ ହେବ । ଏହି ଯୋଜନାରେ ମ୍ଯାଚୁରିଟୀ ପୂର୍ବରୁ ଯଦି ପଲିସି ହୋଲଡରଙ୍କର ମୃତ୍ୟୁ ହୋଇଯାଏ, ତେବେ ପ୍ରିମିୟମ ଛାଡ ହୋଇଥାଏ । ଏଭଳି ସ୍ଥିତିରେ ପିଲାର ପଲିସି ପ୍ରିମିୟମ ହରାଇବାକୁ ପଡି ନ ଥାଏ ।