Singer Human Sagar: ଗତ କିଛି ମାସ ଧରି ଓଲିଉଡର ଲୋକପ୍ରୀୟ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଅସୁସ୍ଥ ଥିବା ବେଳେ ଏବେ ଫେମସ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇପଡ଼ିଛନ୍ତି । ହ୍ୟୁମାନ ସାଗରଙ୍କୁ ଚିକିତ୍ସା ପାଇଁ ଏବେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । କିଡନୀ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଗୀତିକାର । କିଛିଦିନ ହେବ ଘରୋଇ ଡାକ୍ତରଖାନାରେ ହେଉଥିଲେ ଚିକିତ୍ସିତ । କିନ୍ତୁ ଆଜି ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଧିରେ ଧିରେ ସୁସ୍ଥ ହେଉଛନ୍ତି ମେଲୋଡି଼ କିଙ୍ଗ୍ ଅଭିଜିତ୍ ମଜୁମଦାର । ପ୍ରକାଶ ଥାଉକି, ଗତ ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ସେବେଠାରୁ ସେ କୋମାରେ ଅଛନ୍ତି।