(ମୁମ୍ବାଇ) : ପରଲୋକରେ ପପ୍ ସେନ୍ସେସନ୍ ତାଜ । ୪୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ହାର୍ନିଆରେ ପୀଡିତ ଥିଲେ ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କର ସର୍ଜରୀ ହେବାର ଥିଲା।
ମହାମାରୀ ହେତୁ ସର୍ଜରୀରେ ବିଳମ୍ବ ହୋଇଥିଲା ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେ କୋମାକୁ ଚାଲିଯାଇଥିଲେ।
ସୂଚନାନୁଯାୟୀ , ତାଜ୍ ପୂର୍ବରୁ ଜନି ଜି ନାମରେ ଜଣାଶୁଣା ଥିଲେ। ସେ ଭାରତୀୟ ମୂଳର ଜଣେ ବ୍ରିଟିଶ ଗାୟକ ଥିଲେ। ସେ ହିଟ୍ ଦି ଡେକ୍ ଆଲବମ୍ ସହିତ ସୁନାମ ଅର୍ଜନ କରିଥିଲେ। ସେ ଅନେକ ଟ୍ରାକ୍ ଏବଂ ଆଲବମ୍ ପ୍ରସ୍ତୁତ କରିଥିଲେ, ସେଗୁଡିକ ମଧ୍ୟରେ ସବୁଠାରୁ ଲୋକପ୍ରିୟ ହେଉଛି ସ୍ଲେଭ II ଫ୍ୟୁଜନ୍, ଯାହା ୨୦୦୦ ରେ ରିଲିଜ୍ ହୋଇଥିଲା।