‘ପୋନିୟିନ୍ ସେଲ୍ଭନ୍-୨’ ପାଇଁ ପ୍ରଶଂସା କଲେ ସ୍ୱାମୀ
ଚଳିତ ବର୍ଷ ରିଲିଜ ହୋଇଯାଇଛି ‘ପୋନିୟିନ୍ ସେଲ୍ଭନ୍-୨’ ।
(ମୁମ୍ବାଇ) : ଚଳିତ ବର୍ଷ ରିଲିଜ ହୋଇଯାଇଛି ‘ପୋନିୟିନ୍ ସେଲ୍ଭନ୍-୨’ । ପୂର୍ବବର୍ଷ ବଡ଼ ପରଦାରେ ଦେଖିବାକୁ ମିଳିଥିବା ଚୋଲ୍ ସାମ୍ରାଜ୍ୟର ‘ପୋନିୟିନ୍ ସେଲ୍ଭନ୍’ର ପ୍ରଥମ ଭାଗ ସୁପରହିଟ ହୋଇଥିଲା । ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ରିଭ୍ୟୁ ବହୁତ ଭଲ ମିଳିଛି। ଯାହାକୁ ଐଶ୍ବର୍ଯ୍ୟାଙ୍କୁ ଖୁବ ପ୍ରଶଂସା କରିଛି ।
ସ୍ବାମୀ ଅଭିଷେକ ବଚ୍ଚନ ‘ପୋନିୟିନ୍ ସେଲ୍ଭନ-୨’ର ପୂରା ଟିମ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ସହ ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ବିଶେଷ ଅଭିନନ୍ଦନ ଜଣାଇ ଏକ ଟ୍ବିଟ୍ କରିଥିଲେ। ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୬୧.୫୩ କୋଟିର ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୨୬ କୋଟି ଟଙ୍କାର ବେପାର କରିଛି। ତେବେ ଫିଲ୍ମଟିର ବିଶ୍ବ ସ୍ତରୀୟ ରୋଜଗାର ୧୦୦ କୋଟିରୁ ଊର୍ଧ୍ବ ଛୁଇଁଛି।