କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତାଲୁକ ଆଇନ ସେବା ପ୍ରାଧିକରଣ, ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସମ୍ବନ୍ଧୀୟ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ରାଲି ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଧକ୍ଷ୍ୟ ଜେ ଏମ ଏଫ ସି ତଥା ଜୁନାଗଡ଼ ସିଭିଲ ଜଜ (ଜୁନିଅର ଡିଭିଜନ) ଦିପେନ୍ଦ୍ର ସିଂହ ରାଠୋରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ସଭା ଓ ରାଲିରେ ଜୁନାଗଡ଼ ଓକିଲ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼, ଉପ-ସଭାପତି ଦିପେନ ସାହୁ, ସମ୍ପାଦକ ରମେଶ ନାୟକ, ବରିଷ୍ଠ ଓକିଲ ଅଶୋକ ପାତ୍ର, ଅନନ୍ତ ବେହେରା, ସରକାରୀ ଓକିଲ ଟଙ୍କଧର ନାଏକ , ଦିଗାମ୍ବ ନାଏକ ଉପସ୍ଥିତ ଥିଲେ।
ଏହାସହ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ ଓ ତାଙ୍କ ସହକର୍ମୀମାନେ, ସାଇ ସେବା ସମିତି ତାଳବନ୍ଦ ପଡା ରାଜକିଶୋର ସାହୁ,ସୁବାସ ପଣ୍ଡା ଓ ସହକର୍ମୀ, ଜଙ୍ଗଲ ବିଭାଗର ରେଞ୍ଜର ସିମାଞ୍ଚଳ ମିଶ୍ର ଓ ଷ୍ଟାଫ, ପୋଲିସ ବିଭାଗର ଆଇ.ଆଇ.ସି. ଶେଷଦେବ ବେହେରା, ଏ.ଏସ.ଆଇ. ସ୍ମିତା ମାଝୀ , ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ, କୁବେର ସମାଜ ସଭାପତି ଉଦ୍ଧବ ସାହୁ, ସାମ୍ବାଦିକ ସଂଘ ଜୁନାଗଡ଼ ସଭାପତି ସନ୍ତୋଷ ସିଂହ ଦେଓ, ସାମ୍ବାଦିକ ନରେନ୍ଦ୍ର କ୍ଷିତି, ଜୁନାଗଡ଼ ଏନ.ଏ.ସି. କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଜୁନାଗଡ଼ ମାଁ ଲଙ୍କେଶ୍ୱରୀ ମନ୍ଦିର ପରିସରରୁ ଏହି ରେଲି ଆରମ୍ଭ ହୋଇ ନୂଆ ବସଷ୍ଟାଣ୍ଡ ଓ ଡାକ୍ତରଖାନା ମାର୍ଗରେ ସହର ପରିକ୍ରମା କରି ଶେଷରେ ଜୁନାଗଡ଼ ଏନ.ଏ.ସି. କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା। ଅଞ୍ଚଳର ସଫେଇ ସହ ରାଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତାର ଗୁରୁତ୍ୱ ସମ୍ପର୍କରେ ସଚେତନତା କରାଯାଇଥିଲା ।