ଭୁବନେଶ୍ଵର: ଗୃହରେ ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ । ରାଜା ଭାଇଙ୍କୁ ଆହ୍ୱାନ, ନବୀନଙ୍କୁ ନେଇ ଗୋଟିଏ ବହି ଲେଖାଯାଉ । ଆଗରୁ ପାଣ୍ଡିଆନ ସର୍ବେସର୍ବା ଥିଲେ, ଏବେ ଆପଣ ବାଘ ହୋଇ କଥା କହୁଛନ୍ତି । ୨୦୨୪ ନିର୍ବାଚନରେ ଲୋକେ ଆପଣଙ୍କୁ ତଡ଼ିପାର କଲେ । ଏବେ ନୂଆପଡ଼ାରେ ପ୍ରମାଣିତ ହେଲା ବିଜେଡି ଆଉ କିଛି ନାହିଁ ବୋଲି କହିଛନ୍ତି ପ୍ରତାପ ଚନ୍ଦ୍ର ନାୟକ ।

ତେବେ ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ୩ ଦଳ । ପାଣ୍ଡିଆନ୍ କିଏ ଓ କାହିଁକି ତାଙ୍କୁ ସୁରକ୍ଷା ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ନିଶ୍ଚିତ ତଦନ୍ତ ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ସରୋଜ ପାଢ଼ୀ । ସେପଟେ ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ବିଜେପି ଏବେ ସରକାରରେ, ED ଓ ସିବିଆଇ ତାଙ୍କ ପାଖରେ । ୧୮ ମାସ ବିତିଲାଣି, ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ନେଉନାହାନ୍ତି । କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି କହିଛନ୍ତି କଂଗ୍ରେସ ବିଧାୟକ ଅଶୋଦ ଦାସ । ବିଜେଡି-ବିଜେପି ଚତୁରେ ଚତୁରେ କୋଳାକୋଳି, ମିଶିକି ଅଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।