ଗଞ୍ଜାମ / ରଜନୀକାନ୍ତ ପାତ୍ର: ଅପମିଶ୍ରିତ ଘିଅ କାରଖାନାରେ ପୋଲିସର ଚଢାଉ । ବ୍ରହ୍ମପୁର ବଡପଲିଶ ସଦର ଉପଖଣ୍ଡରେ ଚାଲିଥିବା ଘିଅ କାରଖାନାରେ ଚଢାଉ କରିଛି ପୋଲିସ । ଏହି ଚଢାଉ ସମୟରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ଗୋଶାନିନୂଆଁ ଗାଁ ଅନ୍ତର୍ଗତ ହାଉସିଂ ବୋଡ ଅଞ୍ଚଳର ଇଫାଲୀ ରାଜେଶ୍ୱର ପାତ୍ର ବୋଲି ଜଣାପଡିଛି । ତେବେ ଅନ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି ।
ସୂଚନା ଅନୁସାରେ କିଛି ଦିନ ହେଲା ସଦର ଉପଖଞ୍ଜନ ବିଭିନ୍ନ ଅସୁସ୍ୱାସ୍ଥ୍ୟକ ତେଲ ବ୍ୟବହୁତ କରି ମା ଦୁର୍ଗା ନାମକ ଘିଅ ପ୍ରସ୍ତୁତ କରି ବଜାର କୁ ବିକ୍ରି କରୁଥିବା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଥିଲା । ଏହା ପରେ ବ୍ରହ୍ମପୁର ଏସପି ଙ୍କ ନିର୍ଦେଶ କ୍ରମେ ବଡବଜାର ଥାନା ଅଧିକାରୀ ସ୍ଵଭାଗ୍ୟ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ଚି଼ମ ମଦନ ମହନ ନଗରର ଏକ ଘରେ ଚଢ଼ାଉ କରିବା ସହିତ ବିପୁଳ ପରିମାଣ ର ନକଲି ଘିଅ ଜବତ କରିଥିଲା । ପୋଲିସ ସେମାନଙ୍କ ଠାରୁ ତିନୋଟି ଅତ୍ୟଧିନିକ ଘିଅ ପେକିଙ୍ଗ ମେସିନ ପୋଛିଏ ଗ୍ରାଇଣ୍ଟିଙ୍ଗ ମେସିନ ବିପୁଳ ପରିମାଣର ପେକିଙ୍ଗ ର ବ୍ୟବହୁତ ଜରି ନକଲି ଦୁର୍ଗା ଘିଅ ପୋଲଥୀନ ସହିତ ନକଲି ଘିଅ କୁ ମଧ୍ୟ ଜବତ କରିଛି । ଅଭିଯୁକ୍ତ ମାନେ ମୁଖ୍ୟ ତ ବିଭିନ୍ନ ଗ୍ରାମଞ୍ଚଳ ଲୋକଙ୍କୁ ଏ ଘିଅ କୁ ବିକ୍ରି କରିଥାନ୍ତି । ଗତ ଦୁଇ ବର୍ଷ ହେଲା ଏହି ନକଲି ଘିଅ କାରଖାନା ଚାଲିଥିବା ପୋଲିସ ସୂଚନା ଦେଇଛି ।