ବେଆଇନ ମଦ ପ୍ରସ୍ତୁତ ବେଳେ ପୋଲିସର ଚଢାଉ

ଦାଦର ଜଙ୍ଗଲରେ ପୋଲିସର ଚଢାଉ । ହରିହର ଜୋର୍ ଫାଣ୍ଡି ପକ୍ଷରୁ  ରିଝେଇ ଦାଦର ଜଙ୍ଗଲରେ ଚଢାଉ କରିଛି ପୋଲିସ । ବିପୁଳ ମାତ୍ରାରେ ମହୁଲ ପୋଚ ଜବତ କରି ନଷ୍ଟ କରିଥିବା ଜଣାପଡିଛି । ସୂଚନା ମୁତାବକ୍, ଉକ୍ତ ଜଙ୍ଗଲରେ ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଇ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇଁ ଫାଣ୍ଡି ଅଧିକାରୀ  ବିଭୁଲେନ୍ଦ୍ର ବରାଳଙ୍କ ନେତୃତ୍ୱରେ ପୁଲିସ ଟିମ୍ ଉକ୍ତ ଜଙ୍ଗଲରେ ଚଢାଉ କରିଥିଲେ । ଚଢାଉ ବେଳେ ଉକ୍ତ ଜଙ୍ଗଲରୁ୫୦୦ କେଜି ମହୁଲ ପୋଛା ନଷ୍ଟ କରିଥିବା ଜଣାପଡିଛି।  ତେବେ ଚୋରା ମଧ୍ୟ କାରବାର ରୋକିବା ପାଇଁ ଚଢାଉକୁ ଆହୁରି ଜୋରଦାର କରାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।