ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି

ବଲାଙ୍ଗୀର: ଦିନିକିଆ ଗସ୍ତରେ ବଲାଙ୍ଗୀର ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଡିଜି ବଲାଙ୍ଗୀରରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚି ଜିଳ୍ଳାର ମାଓ ସ୍ତିତିକୁ ନେଇ ଆଲୋଚନା କରିବେ ପୋଲସି ଡିଜି । ଏହି ବୈଠକରେ ଆଇଜି ଅପରେସନ ଅମିତାଭ ଠାକୁର, ଏଝଓଡ ଊଓଏ ଅନିରୁଦ୍ଧ ସିଂ ଏବଂ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ଉପସ୍ଥିତ ରହିବେ ।
ଗତକାଲି ବଲାଙ୍ଗୀର ଖପ୍ରାଖୋଲରେ ମାଓ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯାହା ଫଳରେ ପୋଳିସ ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରୁ କିଛି ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ ।