ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ

(ମଧୂସୁଦନ ବହିଦାର)ବଲାଙ୍ଗୀର: ୧୯୩୬ ଏପ୍ରିଲ ପହିଲା ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶର ଜନ୍ମଲାଭ ଥିଲା ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ । ଇଂରେଜ ଶାସନ କାଳରେ ଓଡ଼ିଆ ଭାଷାକୁ ଲୁପ୍ତ କରିବାଲାଗି ଯେଉଁ ଷଡଯନ୍ତ୍ର ହୋଇଥିଲା, ତାରି ବିରୋଧରେ ମୁଣ୍ଡ ଟେକିଥିଲା ଓଡ଼ିଆ ଭାଷା ଆନ୍ଦୋଳନ।ଏହାର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୂସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ,ମହାରାଜା କୃଷ୍ଣଚନ୍ଦ୍ର ଗଜପତିଦେଵ ସମେତ ବହୁତ ସଂଗ୍ରାମୀ।ଏହି ଜନ ଆନ୍ଦୋଳନ ଫଳରେ ସାକାର ହେଲା ସ୍ୱତନ୍ତ୍ର ଓଡ଼ିଶା। ସେହି ପରି ଆଜିର ଦିନକୁ ପୋଲିସ ପ୍ରତିଷ୍ଠା ଦିବସ ଭାବରେ ପାଳନ କରୁଛି ଓଡିଶା ପୋଲିସ। ବଲାଙ୍ଗୀର ମନହୋରପୁର ପୋଲିସ ପଡିଆ ଠାରେ ପାଳନ ହେଇଯାଇଛି ପୋଲିସ ପ୍ରତିଷ୍ଠା ଦିବସ । ଏଥିରେ ବଲାଙ୍ଗୀର ଏସ ପି କେ ଶିବା ସୁବ୍ରମଣି ଯୋଗଦେଇ ପୋଲିସ ବାହିନୀ କୁ ଉତ୍ସାହିତ କରିଥିଲେ। ପ୍ରତି ବର୍ଷ ପରି ଏହିବର୍ଷ ମଧ୍ୟ ପ୍ରତିଷ୍ଠା ଦିବସରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ମାନେ ମଧ୍ୟ ଯୋଗଦେଇଥିଲେ।