କିସ୍ ଛାତ୍ର ମୃତ୍ୟୁ ମାମଲା, ହୃଦଘାତ ନୁହେଁ କରାଯାଇଛି ହତ୍ୟା, ସ୍ପଷ୍ଟ କଲେ ପୋଲିସ କମିଶନର

ଭୁବନେଶ୍ଵର: କିସ୍‌ରେ ଛାତ୍ରକୁ ହତ୍ୟା କରାଯାଇଛି ବୋଲି ସ୍ପଷ୍ଟ କଲେ ପୋଲିସ କମିଶନର । ଏନେଇ ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ । ‘ଜୋକର ଗ୍ୟାଙ୍ଗ’ କରି କିଛି ଛାତ୍ର ତଣ୍ଟି ଚିପି ମାରିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି । କିସ୍‌ କର୍ତ୍ତୃପକ୍ଷ ହୃଦଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଛନ୍ତି । ଏନେଇ ମଧ୍ୟ ସ୍ଥାନୀୟ ପୋଲିସକୁ କିସ୍‌ କର୍ତ୍ତୃପକ୍ଷ ଅବଗତ କରି ନାହାନ୍ତି । ଅବହେଳା ପାଇଁ କିସ୍‌ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି । କେନ୍ଦୁଝର ଟାଉନ ଥାନାରେ ଜିରୋ ଏଫ୍‌ଆଇଆର୍‌ ହୋଇଥିଲା । ଏହା ପରେ ମାମଲା ସ୍ଥାନୀୟ ଥାନାକୁ ଆସିଲା ପରେ ତଦନ୍ତ କରି ଧରିଲୁ । ବିନା ପୋଷ୍ଟମର୍ଟମରେ କିମ୍ସ କିପରି ମୃତଦେହ ଦେଲା ସେନେଇ ତଦନ୍ତ ଚାଲିଛି । ତେବେ ୮ ଗିରଫଙ୍କ ମଧ୍ୟରେ ଅତିରିକ୍ତ CEO ପ୍ରମୋଦ ପାତ୍ର, ବିନୟ କୁମାର ଗୋଚ୍ଛି (TGT), ପ୍ରଶାନ୍ତ ମଲ୍ଲ (ଏକାଡେମିକ୍‌ କୋର୍ଡିନେଟର), ହେମନ୍ତ ମହାପାତ୍ର (ସହକାରୀ ଫିଲ୍ଡ ଅଫିସର), ଶୁଭକାନ୍ତ ବେହେରା (ସୁପରଭାଇଜର), ପ୍ରଦୀପ କୁମାର ଦାସ (ଶିକ୍ଷକ), ରଶ୍ମିରଞ୍ଜନ ନାୟକ (ପ୍ରଧାନ ଶିକ୍ଷକ), ସହକାରୀ ଶିକ୍ଷକ ସୁଜାତା ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି । ଏଥିସହ ୩ ନାବାଳକ ଛାତ୍ର ମଧ୍ୟ ଅଟକ ଥିବା ନେଇ ପ୍ରେସ୍‌ ରିଲିଜ୍‌ରେ ସୂଚନା ମିଳିଛି ।