ବାଇକ୍ ଚୋରକୁ ଧରି ନିର୍ଧୁମ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ତିର୍ତ୍ତୋଲ/ ଦିଲ୍ଲିପ ସାହୁ:ବାଇକ୍ ଚୋରି କରୁଥିବା ବେଳେ ବାଇକ୍ ଚୋରକୁ ଧରି ନିର୍ଧୁମ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ।ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳରେ ଅପରାହ୍ନରେ ବାଇକ୍ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଜଣେ ଯୁବକକୁ ଧରି ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ବାଇକ୍ ଚୋରକୁ ସ୍ଥାନୀୟ ଲୋକମାନେ ଧରି ମାଡମାରି ଅଟକ ରଖିଥିବା ଘଟଣା ଖବରପାଇ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ଜଣାପଡିଛି।ପୋଲିସ ଦ୍ୱାରା ଅଟକ ଯୁବକ ଜଣଙ୍କ କୋଲର ପଞ୍ଚାୟତ ଓଳଗଦା ଗ୍ରାମର ସନ୍ତୋଷ କୁମାର ହୋତା ଓରଫ ଚିଣ୍ଟୁ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି।ପୋଲିସ ଦ୍ୱାରା ଅଟକ ଯୁବକର ବାପା ଇଟାଭାଟିରେ ରୋଷେୟା ଭାବେ କାମକରି ଗୁଜୁରାଣ ମେଣ୍ଟାଉଥିବା ବେଳେ ପୁଅ ଏକାଧିକ ବାଇକ୍ ଚୋରି ଘଟଣାରେ ଜଡ଼ିତ ଥିବା ଲୋକଙ୍କ ଆଗରେ ମାନିଥିବା କୁହାଯାଇଛି।ଅଧିକ ଅନୁସନ୍ଧାନରେ ବାଧା ସୃଷ୍ଟି ଆଳରେ ପୋଲିସ କୌଣସି ସୂଚନା ଦେଇନଥିବା ବେଳେ ଥାନାରେ ବାପପୁଅ ଅଟକ ଥିବା ଜଣାପଡିଛି।