ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ।ଦୁଇ ଜଣଙ୍କୁ ଉଠାଇନେଲା ପୋଲିସ…

ଢେଙ୍କାନାଳରେ ପୁଣି ଲଜ୍ୟା।ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ।ଦୁଇ ଜଣଙ୍କୁ ଉଠାଇ ପଚରା ଉଚରା କରୁଛି ପୋଲିସ।ସୂଚନା ଅନୁସାରେ ନାବାଳିକାଙ୍କ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ସେ ମେଡ଼ିକାଲ ଯାଇଥିଲେ।ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ପାଇ ଦୁଇ ସମ୍ପର୍କୀୟ ଦାଦା କବାଟ ବାଡେଇଥିଲେ।ପରେ ନାବାଳିକା ଜଣକ କବାଟ ଖୋଲିବା ପରେ ତାଙ୍କ ହାତ ମୁଁହ ବାନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।ଯଦି ବାହାରେ କାହାକୁ କହିବ ତେବେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି।ଏନେଇ ନାବାଳିକା ଜଣକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି।