ପୋଲ ଭୁଶୁଡିବା ମାମଲା: ନୀତିଶଙ୍କୁ ସୁପ୍ରିମ କୋର୍ଟଙ୍କ ତାଗିଦ

ବିହାର ପୋଲ ଭୁଶୁଡିବା ମାମଲାରେ ସୁପ୍ରିମ କୋର୍ଟ ସୋମବାର ବିହାର ସରକାରଙ୍କୁ ଜବାବ ତଲବ କହିଛନ୍ତି । ରାଜ୍ୟରେ ଲଗାତର ୧୦ଟି ପୋଲ ଭୁଶୁଡିବା ଘଟଣାକୁ ନେଇ ଦାୟର ଏକ ପିଆଇଏଲର ଶୁଣାଣି କରି ସରକାରଙ୍କୁ ସବୁ ପୋଲର ଭିତ୍ତିଭୂମି ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ଜଣେ ଆଇନଜୀବୀଙ୍କ ଦ୍ୱାରା ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।
ଆଇନଜୀବୀ ବ୍ରଜେଶ ସିଂହଙ୍କ ଦ୍ୱାରା ଦାଖଲ ପିଆଇଏଲ ଉପରେ ଶୁଣାଣି କାଳରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ବିହାର ସରକାରଙ୍କୁ ନୋଟିସ କରିଛନ୍ତି । ଏଥିରେ ଭିତ୍ତିଭୂମି ଅଡିଟ କରିବା ଓ ପୋଲ ଚିହ୍ନଟ ପାଇଁ ବିହାର ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କୁହାଯାଇଛି । କମିଟି ରିପୋର୍ଟ ଆସିବା ପରେ ପୋଲ ମରାମତି ହୋଇପାରିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ । ଏହାପରେ ପୋଲକୁ ଭଙ୍ଗାଯିବ କି ପୁନର୍ନିମାଣ ହେବ ତାହା ମଧ୍ୟ ସ୍ଥିର ହେବ ।
ଆଇନଜୀବୀ ବ୍ରଜେଶ ସିଂ ଙ୍କ ପିଆଇଏଲରେ ଦର୍ଶା ଯାଇଥିଲା କି, ରାଜ୍ୟରେ ୧୬ ଦିନରେ ୧୦ଟି ପୋଲ ଭୁଶୁଡିଛି । ତେବେ ଏହାରୁ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ଥିବା ସବୁ ପୁରୁଣା ପୋଲର ମୂଲ୍ୟାଙ୍କନ କରିବାକୁ ତଥା ତୁରନ୍ତ ସେସବୁର ମରାମତି କରିବାକୁ ନିର୍ଦ୍ଦେଶ ଦେଇ ସାରିଥିବା ସୂଚନା ରହିଛି ।