ପ୍ରଧାନମନ୍ତ୍ରୀ ମୋଦିଙ୍କ ସୋସିଆଲ୍ ମିଡିଆରେ ଓଡ଼ିଆ ଗୀତ, ଦୀପ୍ତିରେଖା ପାଢ଼ୀଙ୍କୁ ମିଳିଲା ବଡ଼ ସମ୍ମାନ

Bhubaneswar: ଚୈତ୍ର ନବରାତ୍ରୀ ଅବସରରେ ଓଡ଼ିଶା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍‌ରେ ଏକ ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି। ସେୟାର କରାଯାଇଥିବା ଗୀତର ନାଁ ‘ଦୁର୍ଗତିନାଶିନୀ ମାଆ’। ଏହି ଗୀତକୁ ଗାଇଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ।

ପ୍ରଧାନମନ୍ତ୍ରୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ମାଆଙ୍କର ଭକ୍ତିରେ ବିରାଟ ଶକ୍ତି ରହିଛି ଏବଂ ଦେବୀ ମାଆଙ୍କ ବନ୍ଦନା ମାନବ ମନକୁ ସକାରାତ୍ମକ ଉର୍ଜାରେ ପୂରଣ କରେ। ଚୈତ୍ର ନବରାତ୍ରୀ ପବିତ୍ର ପର୍ବ ଅବସରରେ ଏହି ଗୀତକୁ ସେୟାର କରିବା ଫଳରେ ଓଡ଼ିଆ ସଙ୍ଗୀତ ଏବଂ କଳାକାରଙ୍କ ପ୍ରତି ଦେଶବ୍ୟାପୀ ଆକର୍ଷଣ ବଢ଼ିଛି। ଏହା ସହିତ, ଦୀପ୍ତିରେଖା ପାଢ଼ୀଙ୍କ ପାଇଁ ଏହା ଏକ ବଡ଼ ସଫଳତା ଭାବେ ଦେଖାଯାଉଛି, କାରଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାଙ୍କ ଗୀତ ସେୟାର କରାଯିବା ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଗର୍ବର ବିଷୟ।