ଏହି ନେତାଙ୍କ ପାଦ ଛୁଇଁଲେ ମୋଦି, ଭାଇରାଲ ହେଉଛି ଭିଡିଓ..

ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିଲ୍ଲୀର ପାଟର୍ଗଗଞ୍ଜ ବିଧାନସଭା ଆସନରେ ଏକ ରାଲିରେ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ଆମ୍ ଆଦମୀ ପାର୍ଟିକୁ କଡ଼ା ଟାର୍ଗେଟ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରିବା ପାଇଁ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚରେ ପହଞ୍ଚିଥିଲେ, ସେତେବେଳେ ପାଟପରଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗିଙ୍କ ପାଦକୁ ତିନିଥର ଛୁଇଁଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରକୃତରେ ପିଏମ ମୋଦୀଙ୍କ ବିଜେପି ପ୍ରାର୍ଥୀ ରବିନ୍ଦ୍ର ନେଗିଙ୍କ ପାଦକୁ ତିନିଥର ଛୁଇଁବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚରେ ବିଜେପି ପ୍ରାର୍ଥୀ ନେଗିଙ୍କ ପାଦ ଛୁଇଁଲେ ସେଠାରେ ଉପସ୍ଥିତ ଥିବା ଅନ୍ୟ ନେତାମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ।


ତେବେ ବିଜେପି ରବୀନ୍ଦ୍ର ନେଗିଙ୍କୁ ପାଟର୍ଗଞ୍ଜ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । କାରଣ ୨୦୨୦ ବିଧାନସଭା ନିର୍ବାଚନରେ ରବିନ୍ଦ୍ର ନେଗୀ ବିଧାନସଭା ଆସନରୁ ଆପ ପ୍ରାର୍ଥୀ ମନୀଷ ସିସୋଦିଆଙ୍କୁ କଡା ମୁକାବିଲା କରିଥିଲେ । ଯଦିଓ ନେଗି ପରବର୍ତ୍ତୀ ମୂହୁର୍ତ୍ତରେ ନିର୍ବାଚନରେ ହାରି ଯାଇଥିଲେ । କିନ୍ତୁ ଏଥର ପୁଣି ଥରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।