ରାମାୟଣରେ ଅଭିନୟ କରିଥିବା କଳାକାରଙ୍କୁ ପ୍ରଶଂସା କଲେ ମୋଦି

ଥାଇଲାଣ୍ଡରେ ରାମାୟଣ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ଥାଇଲାଣ୍ଡ ଗସ୍ତରେ ଅଛନ୍ତି । ସେଠାରେ ପହଞ୍ଚିବା ପରେ ଥାଇଲାଣ୍ଡରେ ଥିବା ଭାରତୀୟ ମାନେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେଠାରେ ଭାରତୀୟ ସଂସ୍କୃତିର ବିଭିନ୍ନ ନାଟକ ପରିବେଶଷଣ କରାଯାଇଥିଲା ।

ମଞ୍ଚରେ ପରିବେଷିତ ହୋଇଥିବା ରାମାୟଣକୁ ଉପେଭାଗ କରିଥିଲେ ମୋଦି । ଥାଇଲାଣ୍ଡର ବୁନ୍ଦିତପାଟାନସିଲ୍ପା ପ୍ରତିଷ୍ଠାନର ସଙ୍ଗୀତ ଏବଂ ନାଟକ ବିଭାଗର ଛାତ୍ରମାନଙ୍କ ଏକ ଗୋଷ୍ଠୀ ସହିତ ଏକଲକ ନୁ-ନଗୋଏନ୍ ଦୁଇଟି ନୃତ୍ୟ ରୂପ – ଭାରତର ଭାରତନାଟ୍ୟମ୍ ଏବଂ ଥାଇଲ୍ୟାଣ୍ଡର ଖୋନ୍ – ର ମିଶ୍ରଣ ମାଧ୍ୟମରେ ମହାକାବ୍ୟର ପୁନଃକଥନ ଉପସ୍ଥାପନ କରିଥିଲେ। ରାମାୟଣର କାଳଜୟୀ ମହାକାବ୍ୟ ଭାରତ ଏବଂ ଥାଇଲ୍ୟାଣ୍ଡ ଉଭୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ଅଯୋଧ୍ୟା ରାଜକୁମାର ପ୍ରଭୁ ରାମଙ୍କ କାହାଣୀ।


ରାମାୟଣ ଶେଷ ପରେ ମଞ୍ଚରେ ଅଭିନୟ କରୁଥିବା କଳାକାରଙ୍କ ସହ ଫଟୋ ଉଠାଇ ସେହି ସ୍ମରଣୀୟ ମୁହୂର୍ତ୍ତକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଏକ ଅନନ୍ୟ ସାଂସ୍କୃତିକ ସଂଯୋଗର ମୁକସାକ୍ଷୀ ସାଜିଲି । ଥାଇ ରାମାୟଣ, ରାମାକିଏନର ଏକ ମନଛୁଆଁ ପ୍ରଦର୍ଶନର ସାକ୍ଷୀ ପାଲଟିଲି । ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଥିବା ସାଂସ୍କୃତିକ ଏବଂ ସଭ୍ୟତା ସମ୍ପର୍କକୁ ଏହା ସୁନ୍ଦର ଭାବରେ ବର୍ଣ୍ଣନା କଲା ଯାହା ମୋ ପାଇଁ ଏକ ବଳିଷ୍ଠ ଅନୁଭୂତି ।


ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ବିଷୟରେ ଥାଇଲ୍ୟାଣ୍ଡର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ଲାଲିଭାନ କର୍ଣ୍ଣଚନାଚାରୀ କହିଛନ୍ତି ଯେ ଆଜି ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମ ସୁନ୍ଦର ଦେଶରେ ସ୍ୱାଗତ କରୁଛୁ କାରଣ ସେ ବିମଷ୍ଟ୍ରେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଏଠାକୁ ଆସିଛନ୍ତି। ଆମେ ପ୍ରଦର୍ଶନରେ ଭାରତୀୟ ଏବଂ ଥାଇ ସଂସ୍କୃତିର ମିଶ୍ରଣ ଦେଖିଲୁ। ପ୍ରଧାନମନ୍ତ୍ରୀ ଏଠାରେ ବହୁତ ଭଲ ସମୟ ବିତାଇବେ। ବ୍ୟାଙ୍କକର ହୋଟେଲରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏକ ଗରବା ପ୍ରଦର୍ଶନ ମଧ୍ୟ ଦେଖିଥିଲେ। ତାଙ୍କ ଆଗମନରେ ପ୍ରବାସୀ ଭାରତୀୟ ଏବଂ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ତାଙ୍କୁ ଉଷ୍ମ ସ୍ୱାଗତ କରିଥିଲେ।