ନୂଆଦିଲ୍ଲୀ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ ହୋଇଛି । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ ହୀରାବେନ ।
ମା’ଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏକ କୋହଭରା ଟ୍ୱିଟ୍ରେ ମୋଦି ଲେଖିଛନ୍ତି ଭଗବାନଙ୍କ ପାଦରେ ଏକ ଗୌରବମୟ ଶତାବ୍ଦୀର ଅନ୍ତ ହୋଇଛି। ମା’ ଜଣେ ନିସ୍ୱାର୍ଥପର କର୍ମଯୋଗୀ ଥିଲେ ବୋଲି ମୋଦି ଲେଖିଛନ୍ତି। ମାଙ୍କ ଦେହାନ୍ତ ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି |
ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।
ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ ଭାଇ ସୋମାଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟାନ୍ୟ ଆତ୍ମୀୟସ୍ବଜନ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ମଶାନରେ ଉପସ୍ଥିତ ଥିଲେ। ମାଙ୍କ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଖବର ପାଇ ଆଜି ପ୍ରତ୍ୟୁଷରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ଯାଇ ଅହମଦାବାଦରେ ପହଞ୍ଚିଥିଲେ। ଏହାପରେ ମାଆଙ୍କ ଶେଷକୃତ୍ୟ ଲାଗି ସେ ଗାନ୍ଧୀନଗର ଯାଇ ମାଆଙ୍କ କୋକଇେ କାନ୍ଧେଇ ଶ୍ମଶାନ ଅଭିମୁଖେ ଯାତ୍ରା କରିଥିଲେ।