ନୂଆଦିଲ୍ଲୀ: SCO ସମ୍ମିଳନୀରେ ଏକାଠି ହେଲେ ୩ ମହାଶକ୍ତି । ଚୀନ୍ ତିଆନିଜ୍ରେ SCO ସମ୍ମିଳନୀ ଆରମ୍ଭ । ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜିନପିଙ୍ଗ୍ ଓ ପୁଟିନ୍ । ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଲେ । ସେପଟେ ଆଜି ଚୀନରେ ମହାଶକ୍ତିଙ୍କ ମହାବୈଠକ । ଏସସିଓ ନେତାଙ୍କ ବୈଠକ ବସିବ । ଯେଉଁଥିରେ ସମସ୍ତ ସଦସ୍ୟ ରାଷ୍ଟ୍ରର ନେତା ଯୋଗ ଦେବାନେଇ ସୂଚନା ମିଳିଛି ।
ଚୀନରେ ଗତକାଲିଠୁ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଏସସିଓ ଶିଖର ସମ୍ମିଳନୀ ମଞ୍ଚରେ ଏକାଠି ହୋଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀର ମଞ୍ଚରେ ପହଞ୍ଚିବା ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନ ମଧ୍ୟ ତାଙ୍କ ସହିତ ଥିଲେ। ଫଟୋ ସେସନ୍ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜିନପିଙ୍ଗ ଏବଂ ତାଙ୍କ ପତ୍ନୀଙ୍କ ସହ ହାତ ମିଳାଇଥିଲେ। ଜିନପିଙ୍ଗଙ୍କୁ ଭେଟିବା ପରେ, ପ୍ରଧାନମନ୍ତ୍ରୀ ମୋଦଦୀ ମାଳଦ୍ୱୀପ ଏବଂ ନେପାଳ ସମେତ ଅନେକ ଦେଶର ନେତାଙ୍କୁ ଭେଟିଥିଲେ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ବେଶ ଗୁରୁତ୍ବ ବହନ କରୁଛି । ଦୁଇ ନେତା ପ୍ରାୟ ୧ ଘଣ୍ଟା ଧରି ଦ୍ୱିପାକ୍ଷିକ ଆଲୋଚନା କରିଥିବା ବେଳେ ଏଥିରେ ବହୁ ପ୍ରସଙ୍ଗ ସ୍ଥାନ ପାଇଛି । ୨୮୦ କୋଟି ଲୋକଙ୍କ ପାଇଁ ଡ୍ରାଗନ୍ ଏବଂ ହାତୀ ଏକାଠି ହେବାକୁ ଜିନପିଙ୍ଗ୍ ଆହ୍ବାନ ଦେଇଥିବା ବେଳେ ବିଶ୍ବାସର ସହ ଆଗକୁ ବଢ଼ିବାକୁ ମୋଦୀ ଜଣାଇଛନ୍ତି ସହମତି ।