ବିଜେପିର ଶାନଦାର ବିଜୟ ପରେ ଗାନ୍ଧିନଗରରେ ମୋଦିଙ୍କ ଦମଦାର ରୋଡ୍ ସୋ

ନୂଆଦିଲ୍ଲୀ: ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିନଗରରେ ଏକ ରୋଡ୍ ସୋ କରିଛନ୍ତି । ଏହି ରୋଡ୍ ସୋ ପରେ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ମହାସମ୍ମିଳନୀରେ ଯୋଗଦାନ କରିବେ। ତେବେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ବିଶ୍ୱବିଦ୍ୟାଳୟ ତାଙ୍କର ଏକ ସ୍ୱପ୍ନର ପ୍ରକଳ୍ପ ଥିଲା |ସୂଚନାଯୋଗ୍ୟ ଯେ, ପିଏମ୍ ମୋଦୀ ଆଜି ଅହମ୍ମଦାବାଦରେ ଏକ ବଡ ରୋଡ୍ ସୋ କରିଥିଲେ । ଯେଉଁଥିରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ଅବସରରେ ମୋଦୀ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ପଞ୍ଚାୟତ ସମ୍ମିଳନୀରେ ନିଜର ସମ୍ବୋଧନ ରଖିଥିଲେ ।

  • ଖେଳ ମହାକୁମ୍ଭର ଉଦ୍ଘାଟନ କରିବେ ମୋଦୀ

ପିଏମ ମୋଦୀଙ୍କ ରୋଡ ସୋ’ରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ସେ ଦ୍ୱିପ୍ରହାର ୧ ଟାରେ ରାଜ ଭବନକୁ ଫେରିବେ, ଏହା ପରେ ସେ ଅହମ୍ମଦାବାଦର ନାଭ୍ରଙ୍ଗପୁରା ଅଞ୍ଚଳର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳ ମହାକୁମ୍ବ ଉଦଘାଟନୀ ସମାରୋହରେ ଯୋଗ ଦାନ କରିବେ | ଏଥି ସହିତ, ରାତି ୮.୩୦ ସମୟରେ ପିଏମ ମୋଦୀ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିବେ ।

  • ୨ ବର୍ଷ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଅନ୍ୟପକ୍ଷେ, ୪ଟି ରାଜ୍ୟରେ ବଡ ବିଜୟ ପରେ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦୁଇ ବର୍ଷ ପରେ ନିଜ ମା ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ୨୦୧୯ ମସିହା ଅକ୍ଟୋବର ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମାଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ପ୍ରଥମେ ତାଙ୍କ ମାଙ୍କୁ ଭେଟିବା ପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ଆଶୀର୍ବାଦ ନେଇଥିଲେ, ଆଉ ପରେ ପରେ ତାଙ୍କ ସହିତ ବସି ଖାଇଥିଲେ । ତେବେ ସେହି ମୁହୂର୍ତ୍ତର ଫଟୋକୁ ଏବେ ସୋସିଆଲ୍ ମିଡିଆରେ ଲୋକମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

  • ବିଜୟ ପରେ ଯୋଗୀଙ୍କ ଶପଥ ଗ୍ରହଣ

ଏହା ବ୍ୟତୀତ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଯୋଗୀଙ୍କ ପୁନର୍ବାର ବିଜୟ ପରେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଦିଲ୍ଲୀ ଗସ୍ତ କରିବେ। ସୂଚନାନୁସାରେ ଯୋଗୀ ଆଦିତ୍ୟନାଥ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ। ଏହି ସମୟରେ, ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ହୋଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି। ହୋଲି ପରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ସମ୍ଭାବନା ଅଛି |