ତେଜସ୍ ଲଡୁଆ ବିମାନରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁରୁରେ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ୟେଲହଙ୍କା ଏୟାରବେସରେ ପହଞ୍ଚିଥିଲେ ମୋଦୀ । ସେଠାରେ ‘ତେଜସ’ବିମାନରେ ବସି ଉଡାଣ ଭରିଥିଲେ ।ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତେଜସ୍’ରେ ସଫଳତାର ସହିତ ଉଡାଣ ପୂରଣ କରିଛି । ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ । ଆତ୍ମନିର୍ଭରତାରେ ଆମେ କାହାଠାରୁ ବି କମ୍ ନୁହଁ । ସ୍ୱଦେଶୀ କ୍ଷମତା ଉପରେ ଭରସା ଅଧିକ ବୃଦ୍ଧି ପାଇଛି । ‘ତେଜସ୍’ ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ବିକଶିତ କରାଯାଇଛି ।