ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ । ‘ଦ ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ତ୍ରିନିଦାଦ ଓ ଟବାଗୋ’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ । ପିଏମ୍ ମୋଦିଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି କ୍ରିଷ୍ଟିନ୍ କଙ୍ଗାଲୁ । ତେବେ ୧୪୦ କୋଟି ଭାରତୀୟଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରୁଛି ବୋଲି କହିଛନ୍ତି ମୋଦି । ୧୯୯୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ତ୍ରିନିଦାଦ ଓ ଟବାଗୋ ଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲି ଆଶା କରାଯାଉଛି ।

ବୁଧବାର ୫ ରାଷ୍ଟ୍ର ଗସ୍ତର ପ୍ରଥମ ଦିନରେ ଘାନା ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ରେ ସମ୍ମାନିତ କରାଯାଇଥିଲା । ଏହାପରେ ପିଏମ ମୋଦି ତ୍ରିନିଦାଦ ଓ ଟବାଗୋ ଗସ୍ତରେ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ପୋର୍ଟ ଅଫ୍ ସ୍ପେନରେ ଜୟ ଶ୍ରୀରାମ ନାରା ସହ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତ୍ରିନିଦାଦ ଓ ଟବାଗୋ ସରକାର ଓ ଜନତାଙ୍କୁ ଧନ୍ୟବାଦ ଦେବା ସହ ୧୮୦ ବର୍ଷ ପୂର୍ବରୁ ଆସିଥିବା ଭାରତୀୟ ବଂଶୋଦ୍ଭବଙ୍କ ଯୋଗଦାନକୁ ସ୍ମରଣ କରିଛନ୍ତି । ଏହାପରେ ରାଷ୍ଟ୍ରପତି କମଲା ପ୍ରସାଦଙ୍କୁ ଗଙ୍ଗା ଜଳ ଓ ଶ୍ରୀରାମ ମନ୍ଦିର ପ୍ରତିକୃତି ଉପହାର ଦେଇଥିଲେ ମୋଦି ।