ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର

ବିଜେପି ସରକାରରେ କୌଣସି ଫେକ ବିଲ କିମ୍ବା ଫେକ ଟେଣ୍ଡର ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ମନ୍ତ୍ରୀ ରବି ନାଏକ । ଏ ସମ୍ପର୍କରେ ଯଦି କିଛି ଘଟଣା ସାମ୍ନାକୁ ଆସେ ବିଭାଗ ପଦକ୍ଷେପ ନେବ । କେହି ଧରା ପଡ଼ିଲେ ଦୃଢ଼ କାର୍ୟ୍ୟନୁଷ୍ଠାନ ନିଆଯିବ । ଟେକ୍ନିକାଲ ସେକ୍ଟରରେ କିଛି ଏଜେନ୍ସି କାମ କରୁଛନ୍ତି । ବିଗତ ଦିନରେ ବି କାମ କରୁଥିଲେ । ଆଗାମୀ ଦିନରେ ବି କାମ କରିବେ । ଆଇଆଇଟି ଖଡଗପୁର, ଆଇଆଇଟି ରୁର୍କି ଭଳି ବିଭିନ୍ନ ସଂସ୍ଥାକୁ DPR କାମ ଦିଆଯାଉଛି । ଯେଉଁ ସଂସ୍ଥା ଭଲ କରୁଛି ସେ DPR ପ୍ରସ୍ତୁତ କଲେ କାମର ମାନ ବଢିବ ।
ସେ ଆହୁରୀ କହିଛନ୍ତି ଯେ ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା । ପର୍ୟ୍ୟାୟ କ୍ରମେ ଦିଆଯିବ ଆବାସ ଘର । ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର । ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ତା ପରବର୍ତ୍ତୀ ସମୟରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ ବୋଲି କହିଛନ୍ତି ମନ୍ତ୍ରୀ ।