ସମ୍ବଲପୁର: ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଷ୍ଟା ତରୁଣ କପୁର । ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ । ଉତ୍ତରାଞ୍ଚଳ RDC, ଆଇଜି, ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ । ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ SASCI ଅଧୀକାରୀଙ୍କ ସହ ବୈଠକ । ରିଙ୍ଗ ରୋଡ ନିର୍ମାଣ ଓ ରେଲୱେ ଷ୍ଟେସନ ପୁର୍ନବିକାଶ କାର୍ଯ୍ୟର ସମୀକ୍ଷା । ଭୀମମଣ୍ଡଳୀର ସାଂସ୍କୃତିକ ଐତିହ୍ୟ ଭବନର ଉନ୍ନୟନ କାର୍ଯ୍ୟର ସମୀକ୍ଷା । ଦେବ୍ରିଗଡ ଅଭୟାରଣ୍ୟର ବିକାଶ ପାଇଁ ମାଷ୍ଟର ପ୍ଲାନ ଉପରେ ଗୁରୁତ୍ବ ।
ସୂଚନା ଅନୁଯାୟୀ, ଶ୍ରୀ କପୁରଙ୍କ ସମ୍ବଲପୁର ଗସ୍ତ ବେଳେ ସର୍ବପ୍ରଥମେ ପ୍ରମୁଖ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ସମ୍ବଲପୁର ରିଙ୍ଗ୍ରୋଡ୍, ରେଳ ଷ୍ଟେସନ୍ ପୁନର୍ବିକାଶ ଓ ଭୀମମଣ୍ଡଳୀର ସାଂସ୍କୃତିକ ଐତିହ୍ୟଭିତ୍ତିକ ଉନ୍ନୟନ କାର୍ଯ୍ୟ ସଂପର୍କରେ ସେ ସମୀକ୍ଷା କରିଥିଲେ। ସମୟସୀମା ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହା ପରେ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତରେ ଯାଇ ଏହାକୁ ଶ୍ରେଷ୍ଠ ବନ୍ୟପ୍ରାଣୀ ଅଭୟାରଣ୍ୟ କରିବାକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ଜୋର୍ ଦେଇଥିଲେ। ସେଥିପାଇଁ ଇକୋ-ଟୁରିଜମ୍, ଜୈବ ବିବିଧତା ସୁରକ୍ଷା ଓ ସାମାଜିକ ଭାଗିଦାରୀକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ।