ପୀୟୂଷ ଗୋଏଲ ହେଲେ ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ରାଜ୍ୟସଭାରେ ଦଳର ନେତା ଭାବରେ ମନୋନିତ ହୋଇଛନ୍ତି। ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏହି କାରଣରୁ ଉକ୍ତ ପଦବୀ ଖାଲି ପଡ଼ିଥିଲେ। ଏବେ ପୀୟୂଷ ଗୋଏଲ ଏହି ପଦରେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ପୀୟୂଷ ଗୋଏଲ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲୋକସଭାରେ ଦଳର ନେତୃତ୍ୱ ନେଉଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ କାହାକୁ ଦଳର ନେତା କରାଯିବ ସେ ନେଇ କଂଗ୍ରେସ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ କରିବ ବୋଲି ଜଣାପଡ଼ିଛି ।