ବ୍ୟୁରୋ: ଫ୍ଲାଏ ଓଭରରୁ ତୀର୍ଥଯାତ୍ରୀ ବସ ଖସି ଚାଲିଗଲା ୨୧ ଜୀବନ । ଇଟାଲୀର ଭେନିସ ନିକଟସ୍ଥ ଫ୍ଲାଏ ଓଭରରୁ ଏକ ତୀର୍ଥଯାତ୍ରୀ ବସ ଖସି ଅନେକଙ୍କ ମୃତ୍ୟୁ ଘଟଇଛି । । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି ଇଲେକ୍ଟ୍ରିକ୍ ବସ୍ ଏକ ବ୍ୟାରିକେଡ଼କୁ ଭାଙ୍ଗି ମେଷ୍ଟର ସହରର ରେଳ ଟ୍ରାକ୍ ନିକଟରେ ୫୦ ଫୁଟ ତଳକୁ ଖସି ପଡିଥିଲା ଓ ଏଥିରେ ନିଅଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫ ଜଣ ୟୁକ୍ରେନ ଅଧିବାସୀ, ଜଣେ ଜର୍ମାନ ଅଧିବାସୀ ଏବଂ ଇଟାଲୀୟ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ସମେତ ତିନି ଜଣ ପିଲା ଅଛନ୍ତି। ବସ୍ ୩୯ ଜଣଙ୍କୁ ନେଇ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।