ଉଲୁଣ୍ଡା ଦୁର୍ଗାମଣ୍ଡପ ଛକ ଠାରେ ଆଜି ସକାଳ ପ୍ରାୟ ୫ଟା ସମୟରେ ପିକଅପ୍ ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁ ମୁହିଁ ହୋଇଛି । ଫଳରେ ପିକଆପ ଗାଡ଼ିରେ ଚାଳକ ଏବଂ ହେଲ୍ପର ଆହତ ହୋଇଥିବା ବେଳେ ଟ୍ରାକ୍ଟରର ଚାଲକ ଘଟଣା ସ୍ଥଳରୁ ଫେରାର ମାରିଥିଲା । ସୂଚନା ଅନୁସାରେ ଛତିଶଗଡରୁ ଏକ ପିକଆପ ସୋନପୁରକୁ ଆସୁଥିବା ବେଲେ ସୋନପୁର ପଟରୁ ଯାଉଥିବା ଏକ ବଳି ବୋଝେଇ ଟ୍ରକ୍ତର ସହ ଉକ୍ତ ସ୍ଥାନରେ ମୁଁହ ମୁହିଁ ହୋଇଥଲା । ଫଳରେ ଉଭୟ ଗାଡ଼ି ଚର ମାର ହୋଇଯାଇଥବା ବେଳେ ପିକଅପର ଚାଲକ ଏବଂ ହେଲ ପର ଗାଡ଼ି ଭିତରେ ଚାପି ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ଉଭୟଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖାନାରେ ଭର୍ତି କରିଥିଲେ । ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର ମାରିଥିବା ବେଳେ ପୋଲିସ ଘାଟନ ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।