(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଯଦି ଆପଣ ବିଦେଶରେ ଅଛନ୍ତି ଏବଂ ହୋଲି ପାଇଁ ଛୁଟି ମିଳୁନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ ଜ୍ଝ କାରଣ ଏପରି ଏକ ପଚିକାରୀ ବଜାରକୁ ଆସିଛି ଯାହା କୁ ବ୍ୟବହାର କରି ଆପଣ ଦୂରରେ ଥାଇ ମଧ୍ୟ ପିଚକାରୀ ସାହାର୍ଯ୍ୟରେ ଅନ୍ୟକୁ ରଙ୍ଗ ଲଗେଇ ପାରିବେ । ଆଉ ଏହି ହାଇଟେକ ପିଚକାରୀକୁ ତିଆରି କରିଛନ୍ତି ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାରେ ଅବସ୍ଥିତ ଅଶୋକା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରମାନେ । ଏହି ପିଚକାରୀକୁ ବିଟେକ୍ ଛାତ୍ର ଅନାମିକା ବିଶ୍ୱକର୍ମା ଏବଂ ଜଟିନ୍ ମେହେରୋତ୍ରା ତିଆରି କରିଛନ୍ତି ।
୧୫ ଦିନ ମଧ୍ୟରେ ତିଆରି କରାଯାଇଥିବା ଏହି ହାଇଟେକ ପିଚକାରୀର ଅନେକ ଗୁଣ ରହିଛି । ଏହି ପିଚକାରୀ ମୋବାଇଲ ଦ୍ୱାରା ପରିଚାଳିତ ହେବା ସହ ରିମୋଟ କଣ୍ଟ୍ରୋଲ ସହିତ ଦ୍ୱାରା ବ୍ୟବହାର କରାଯାଇ ପାରିବ । ଏହି ପିଚକାରୀରେ ୨୦୦ ମିଟର ଦୂରରେ ଥିବା ବ୍ୟକ୍ତି ଉପରକୁ ରଙ୍ଗ ଦିଆଯାଇପାରିବ । ଏହି ପିଚକାରୀରେ କେବଳ ହର୍ବାଲ ରଙ୍ଗହିଁ ଦେଇପାରିବ । ଏହି ପିଚକାରୀ ବ୍ୟବହାର ପାଇଁ ରିମୋଟ କଣ୍ଟ୍ରୋଲରେ ଦୁଇଟି ବଟନ ଅଛି । ଗୋଟିଏ ସବୁଜ ରଙ୍ଗ ଏବଂ ଅନ୍ୟ ଲାଲ ରଙ୍ଗ ଫୋପାଡ଼ିବ । ଏହି ପିଚକାରୀକୁ ନେଟରୁ ଚଳାଇବା ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଆଣ୍ଡ୍ରଏଡ୍ ମୋବାଇଲ୍ ଆବଶ୍ୟକ । ଏଥିରେ ଦିବ୍ୟାଙ୍ଗ ରିମୋଟ୍ ଏବଂ ଫୋନ୍ ମାଧ୍ୟମରେ ହୋଲି ମଧ୍ୟ ଖେଳିପାରିବେ । ଏଥିରେ ଦିବ୍ୟାଙ୍ଗ ରିମୋଟ୍ ଏବଂ ଫୋନ୍ ମାଧ୍ୟମରେ ହୋଲି ମଧ୍ୟ ଖେଳିପାରିବେ ।
ହୋଲି ପରେ ମଧ୍ୟ ଏହି ପଚକାରୀ ଆପଣଙ୍କ କାମରେ ଲାଗିପାରିବ । ଏହାକୁ ଆପଣ ବଗିଚାରେ ଥିବା ଗଛକୁ ପାଣି ଦେବା ପାଇଁ ବ୍ୟବହାର କରିପାରିବେ ।