୨ୟ ପର୍ଯ୍ୟାୟରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ SIR

ନୂଆଦିଲ୍ଲୀ: ୨ୟ ପର୍ଯ୍ୟାୟରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ SIR । ଏନେଇ ପ୍ରେସ୍‌ କନଫରେନ୍ସରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର । ୨୧ ବର୍ଷ ପରେ ସାରା ଦେଶରେ ହେବ SIR । କୌଣସି ବୁଥ୍‌ରେ ୧୨ ଶହରୁ ଊର୍ଦ୍ଧ୍ବ ଭୋଟର ରହିପାରିବେ ନାହିଁ । କାଲିଠାରୁ BLOଙ୍କର ଟ୍ରେନିଂ ଆରମ୍ଭ ହେବ ।

ତେବେ ବିହାରରେ ସଫଳତା ପରେ ସାରା ଦେଶରେ SIR କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ବିହାରରେ ସାଢ଼େ ୭ କୋଟି ଭୋଟର ଭାଗନେବା ସ୍ବାଗତଯୋଗ୍ୟ । ପର୍ଯ୍ୟାୟ ଭିତ୍ତିରେ ସାରା ଦେଶରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଫେକ୍‌ ଭୋଟରଙ୍କୁ ବାଦ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆଣ୍ଡାମାନ ଓ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ହେବ SIR ।

ସେହିପରି ୨୧ ବର୍ଷ ପରେ ସାରା ଦେଶରେ ହେବ SIR । ୧୯୫୧ରୁ ୨୦୦୪ ଭିତରେ ୮ ଥର SIR ହୋଇଛି । ନିର୍ବାଚନ ଅଧିକାରୀ ସବୁ ରାଜନୈତିକ ଦଳକୁ ଅବଗତ କରାଇବେ । କୌଣସି ବୁଥ୍‌ରେ ୧୨ ଶହରୁ ଊର୍ଦ୍ଧ୍ବ ଭୋଟର ରହିପାରିବେ ନାହିଁ । SIR କରିବାରେ BLOଙ୍କ ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ । କାଲିଠାରୁ BLOଙ୍କର ଟ୍ରେନିଂ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ।