ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦେଶରେ ଗତ କିଛି ଦିନ ହେବ ପେଟ୍ରୋଲ ଦର ବଢିବାରେ ଲାଗିଛି । ଦେଶରେ ଅନେକ ରାଜ୍ୟରେ ତେଲ ଦର ୧୦୦ ପାର ଟପିଛି ଏହା ପରେ ବି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । କଲକାତାରେ ପେଟ୍ରୋଲ ୩୯ ପଇସା ଓ ଡିଜେଲ ୧୫ ପଇସା ବଢିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୩୫ ପଇସା ଓ ଡିଜେଲର ଦାମ ୯ ପଇସା ବୃଦ୍ଧି ପାଇଛି। ଚଳିତ ମାସରେ ୬ଷ୍ଠ ଥରପାଇଁ ତୈଳଦର ବଢିଛି । ଦରବୃଦ୍ଧି ପରେ ମୁମ୍ବଇରେ ପେଟ୍ରୋଲ ଦାମ ୧୦୬.୫୯ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୧୮ ଟଙ୍କାରେ ବିକ୍ରି କରାଯାଉଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୧୦୦.୫୬ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ପହଞ୍ଚିଛି। ହାଇଦ୍ରବାଦରେ ପେଟ୍ରୋଲ ୧୦୪.୫୦ ଓ ଡିଜେଲ ୯୭.୬୮ ଟଙ୍କା ରହିଛି। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୩୭ ଟଙ୍କା ଓ ଡିଜେଲ ୯୭.୬୭ ଟଙ୍କା ରହିଛି।