ବାଲି ଦର ଅତ୍ୟଧିକ ଯୋଗୁଁ ହନ୍ତସନ୍ତ ଲୋକେ; ବର୍ଷେ ହେଲା କୁମ୍ଭକର୍ଣ୍ଣ ନିଦ୍ରାରେ ଖଣି ବିଭାଗ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଲଘୁଜ ଖଣିଜ ପଦାର୍ଥ ବାଲି ଓ ମୋରମ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ନେଇ ଓଡ଼ିଶାର କୋଠାବାଡ଼ି, ରାସ୍ତା,ଗୃହ ନିର୍ମାଣ ପ୍ରଗତି ଏକଵର୍ଷ ହେଲା ବାଧାପ୍ରାପ୍ତ ହେଉଛି !ଅନ୍ୟ ପକ୍ଷରେ କିଛି ବାଲିଘାଟ ନିଲାମ ହୋଇଛି । ସେମାନେ ଟ୍ରାକ୍ଟର ପିଛା ୧୩୫ ଟଙ୍କା ନବା ବଦଳରେ ୧୦୦୦ ଟଙ୍କା ନେଇ ଶୋଷଣ କରୁଛନ୍ତି । ସେହିଭଳି ବଡବାଇକଳକ୍ଷ ବାଲିଘାଟ ନିଲାମ ନ ଧରି ନିଜ ଲିଜ ବାଲି ଘାଟ ଛାଡି ଅନ୍ୟତ୍ର ପ୍ରଶାସନର ଜାଣତରେ ବାଲି ଲୁଟ କରୁଛନ୍ତି ,ଖଣି ବିଭାଗ ବର୍ଷେ ହେଲା କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି । ରାଇରଙ୍ଗପୁର ରେ ତାଙ୍କର କାର୍ୟ୍ୟାଳୟ ନାହିଁ ।ବାରିପଦାରୁ ଆସି ଥରେ ଅଧେ ଲୁଚାଛପା ଧରପଗଡ କରି ଚୁପଚାପ୍ ବସି ଯାଉଛନ୍, ଅପରପକ୍ଷରେ ପୋଲିସ ଟ୍ରାକ୍ଟର ଓ ହାଇଭା ଗାଡ଼ିକୁ ଧରି ଜୋରଦାର ଫାଇନ କରୁଛନ୍ତି ।

ରାଜସ୍ଵ ବିଭାଗ ହାତ ଟେକି ଦେଇଛି ଜିଲ୍ଲା ପ୍ରଶାସନ,ପୋଲିସ,ରାଜସ୍ବ ବିଭାଗ ଏବଂ ଖଣି ବବିଭାଗର ତାଳମେଳ ସଂପର୍କ ନାହିଁ ।ଯାହା ଫଳରେ ଟ୍ରାକ୍ଟର ମାଲିକ ଓ କର୍ମଚାରୀ ପୀଡ଼ିତ ହେଉଛନ୍ତି ।ବିନା ଚାଲାଣରେ ଟ୍ରାକ୍ଟର ବୋଝେଇ ଟ୍ରକକୁ ଜବତ,ଫାଇନ ଏବଂ ତା’ର କର୍ମଚାରୀଙ୍କୁ କୋର୍ଟ ଚାଲାଣ କରୁଛନ୍ତି ।ଗରୀବ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ୧ ଲକ୍ଷ ତିରିଶ ହଜାର ଟଙ୍କାରେ ଘର ନିର୍ମାଣ କରିବ କିପରି ବାଲି ନେଇ ୩ ହଜାର,୪ ହଜାର ଏବଂ ୫ ହଜାର ଟଙ୍କା ।୮୦ ଭାଗ ପ୍ରଧାନମନ୍ତ୍ରୀ ଘର ଅଧାପନ୍ତରିଆ ।ଲୋକେ ବାଲିଦର ଅତ୍ୟଧିକ ଯୋଗୁଁ ଘର ଠିକ ସମୟରେ କରି ପାରୁନାହାନ୍ତି ଯାହାଫଳରେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇଁ ପାରୁ ନାହାଁନ୍ତି । ଟ୍ରାକ୍ଟର ମାଲିକ ବାରମ୍ବାର ପ୍ରଶାସନକୁ ଜଣାଇଲେ ଥିଲେ ମଧ୍ୟ ସୁଫଳ ପାଇଁ ପାରୁ ନାହାନ୍ତି ,ଥରେ ବାଲି ଟ୍ରାକ୍ଟର ଧରା ପଡ଼ିଲେ ୨୫ ହଜାର ଟଙ୍କା ଜୋରିମାନା ସହ କର୍ମଚାରୀ ଗିରଫ ।ଏହାର ସ୍ଥାୟୀ ସମାଧାନ ପାଇଁ ଆଜି ଟ୍ରାକ୍ଟର ମାଲିକ ସଂଘ ଓ କର୍ମଚାରୀ ସଂଘର ଲୋକେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୨୨୦ ନମ୍ବର ଭାଲୁବସା ଛକରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶାଳ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କଲାପରେ ଲୋକେ ରାସ୍ତାରୁ ଓହରିଥିଲେ।