ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କୁ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ଧଳଙ୍କ କାଉଣ୍ଟର । ଭକ୍ତ ଓ ତାଙ୍କ ପୁଅଙ୍କ ନାଁରେ ୬ରୁ ଊର୍ଦ୍ଧ୍ବ ମାମଲା ରହିଛି । ଲାଞ୍ଚ, ହତ୍ୟା ଧମକ, ଟଙ୍କା ହେରଫେର୍ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଯଦି ରାଜନୀତିରେ ଏସବୁ ଧରାଯାଏ ତେବେ କଂଗ୍ରେସରେ କେହି ରହିବେନି ବୋଲି କହିଛନ୍ତି ନାଣ୍ଡୁ ଧଳ । ମୋ ନାଁରେ ତାଙ୍କ ଭଳି ବଡ଼ ବଡ଼ ଅପରାଧିକ ମାମଲା ନାହିଁ । ସମୟ ଆସିଲେ ୨୦ ହଜାର ସମର୍ଥକଙ୍କୁ ଦିଲ୍ଲୀ ନେଇ କଂଗ୍ରେସରେ ମିଶିବି । ସେତେବେଳେ ହୁଏତ ଭକ୍ତ ଦାସ ନଥିବେ । ଓଡ଼ିଶାରେ କଂଗ୍ରେସର ଉନ୍ନତି ହେଉ, ଭକ୍ତ ଦାସ ଚାହୁଁନାହାନ୍ତି । ଅନ୍ୟ ଦଳ କଥାରେ ଭକ୍ତ ପରିଚାଳିତ ହେଉଛନ୍ତି ବୋଲି କହିଛନ୍ତି ନାଣ୍ଡୁ୍ ।
ତେବ ଗତକାଲି କଂଗ୍ରେସ ଭବନ ସମ୍ମୁଖରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ଧଳଙ୍କ ଲାଗି ତମ୍ବିତୋଫାନ ଦେଖିବାକୁ ମିଳିଥିଲା । କଂଗ୍ରେସ ଭବନକୁ ଆସିଥିଲେ ହେଲେ ତାଙ୍କୁ ଭିତରେ ପ୍ରବେଶ କରାଇ ଦିଅଗଲା ନାହିଁ ବୋଲି କହିଥିଲେ ନାଣ୍ଡୁ ଧଳ । ଏନେଇ ଷଡଯନ୍ତ୍ର କରାଯାଇଛି ବୋଲି କହିଥିଲେ ନାଣ୍ଡୁ । ନାଣ୍ଡୁ ଧଳଙ୍କ କହିବା ଅନୁସାରେ କଂଗ୍ରେସ ଦଳରେ ମିଶିବେ ବୋଲି ତାଙ୍କୁ ପିସିସି ସଭାପତି ୧୫ ତାରିଖ ସମୟ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ କହିଲେ ଏନେଇ ଚିନ୍ତା କରାଯାଉଛି, ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବା । ତେବେ କାହିଁକି ମିଶିବା ପାଇଁ ସମୟ ଦେଉଥିଲେ ପିସିସି ସଭାପତି ବୋଲି ଓଲଟା ପ୍ରଶ୍ନ କରିଥିଲେ ନାଣ୍ଡୁ ।